ଖୋଲିଲା ରସିକିଆ ଡାକ୍ତରଙ୍କର ଭୟଙ୍କର ମିଷ୍ଟ୍ରି, ବିବାହିତ ପ୍ରେମୀକାଠୁ ମୁକୁଳିବା ପାଇଁ ଦେଲେ ବିଷ ଇଂଜେକ୍ସନ

ନୂଆଦିଲ୍ଲୀ: ପ୍ରେମ, ପ୍ରତାରଣା ଆଉ ତାପରେ ହତ୍ୟା । ଶାଶ୍ୱତ ପ୍ରେମରେ ଅବିଶ୍ୱାସର ବିଷ ମିସାଇଛି ପ୍ରେମିକ । ପ୍ରେମରେ ଫାଇଦା ହାତେଇବା ପରେ ନିଜ ହାତରେ ଦେଇଛି ମିଛ ପ୍ରେମର ଜଳାଞ୍ଜଳୀ । ଗାଜିଆବାଦରେ ପୋଲିସ ସେପ୍ଟେମ୍ବର ୭ରେ ଦସନା ଅଞ୍ଚଳରୁ ନିଖୋଜ ମହିଳାଙ୍କ ହତ୍ୟା ରହସ୍ୟ ଉପରୁ ପରଦା ଉଠାଇଛି । ଡାକ୍ତର ପ୍ରେମୀକାଙ୍କ ମର୍ଡର ରହସ୍ୟ ଖୋଲିଛି । ଡାକ୍ତର ପ୍ରେମୀକ ରଚିଥିଲେ ପ୍ରେମୀକାକୁ ମାରିବା ପାଇଁ ପ୍ରି ପ୍ଲାନ । ମହିଳାଙ୍କୁ ତାଙ୍କ ପ୍ରେମ ଜାଲରେ ଫସାଇ ପ୍ରଥମେ ନୋଏଡାକୁ ନେଇଥିଲେ । ଏବଂ ତାପରେ ବିଷ ଇଞ୍ଜେକ୍ସନ ଦେଇ ଚଣ୍ଡିଗଡ଼କୁ ନେଇଯାଇଥିଲେ । ବହୁ ଚେଷ୍ଟା ପରେ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ମୃତ ମହିଳା ଜଣକ ହେଉଛନ୍ତି ଗାଜିଆବାଦର ମୁସୁରୀ ପୋଲିସ ଷ୍ଟେସନ ଅଞ୍ଚଳର ।

ଗାଜିଆବାଦରେ ଜଣେ ଡାକ୍ତର ତାଙ୍କ ଜଣେ ବିବାହିତ ମହିଳାଙ୍କୁ ପ୍ରେମ କରୁଥିଲେ । ପରେ ସେହି ବିବାହିତ ମହିଳା ବାହା ହେବା ପାଇଁ ଜିଦ କରିବାରୁ ଡାକ୍ତର ପ୍ରେମିକ ଜଣକ ମହିଳାଙ୍କୁ ତାଙ୍କ ରାସ୍ତାରୁ ହଟାଇବା ପାଇଁ କରିଥିଲେ ପ୍ରୟାସ । ତାପରେ ପ୍ରେମୀକା ଠାରୁ ମୁକ୍ତି ପାଇବା ପାଇଁ ତାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିଲେ । ସେପ୍ଟେମ୍ବର ୭ ରେ, ୩୧ ବର୍ଷ ବୟସ୍କା ମହିଳା ଶବାନା ସନ୍ଦେହଜନକ ଅବସ୍ଥାରେ ଗାଜିଆବାଦର ମୁସୁରୀ ଅଞ୍ଚଳରୁ ନିଖୋଜ ହୋଇଯାଇଥିଲେ ।

ନିଖୋଜ ପରେ ମହିଳାଙ୍କ ସ୍ୱାମୀ ମୁସୁରୀ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲେ । ତାପରେ ପୋଲିସର ଶତ ଚେଷ୍ଟା ପରେ ମଧ୍ୟ ମହିଳା ମିଳି ନଥିଲେ । ତେବେ ପୋଲିସର ବହୁ ତଦନ୍ତ ପରେ ଏକ ତଥ୍ୟ ମିଳିଥିଲା । ନିକଟରେ ପୋଲିସ ଜାଣିବାକୁ ପାଇଥିଲା ଯେ ମହିଳା ଜଣକ ସେହି ଅଞ୍ଚଳରେ ରହୁଥିବା ଡାକ୍ତର ଇସମାଇଲଙ୍କ ସହ ଯୋଗାଯୋଗ କରୁଥିଲେ ।

 

ଏହା ପରେ ପୋଲିସ ଡାକ୍ତରଙ୍କ ସହ ଲିଙ୍କକୁ ମହିଳାଙ୍କର ସହ ଯୋଡ଼ିଥିଲା । ସେତେବେଳେ ଜଣାପଡିଥିଲା ​​ଯେ ଡାକ୍ତର ମହିଳା ଜଣକ ଗାଏବ ହେବାର କିଛି ସମୟ ପରେ ଇସମାଇଲ ତାଙ୍କ ମୋବାଇଲ୍ ନମ୍ବରକୁ ବଦଳାଇ ଦେଇଛନ୍ତି । ଏହା ପରେ ପୋଲିସର ସନ୍ଦେହ ଆହୁରି ଅଧିକ ଡାକ୍ତର ଉପରକୁ ଯାଇଥିଲା । ପୋଲିସ ଡାକ୍ତରଙ୍କ ପୁରୁଣା ମୋବାଇଲ ନମ୍ବରକୁ ଟ୍ରାକ କରି ଅଭିଯୁକ୍ତ ଇସମାଇଲ ପାଖରେ ପହଞ୍ଚିଥିଲା ।

ଅଭିଯୁକ୍ତ ଇସମାଇଲକୁ ଧରିବା ପରେ ଆରମ୍ଭ ହୋଇଥିଲା ଜେରା । ଜେରା ସମୟରେ ଇସମାଇଲ ତାଙ୍କ ଅପରାଧକୁ ସ୍ୱୀକାର କରିଥିଲେ । ଅଭିଯୁକ୍ତ ପୋଲିସକୁ କହିଛି ଯେ, ସେ ବାହାନା କରି ମହିଳାଙ୍କୁ ହରିୟାଣାକୁ ନେଇଥିଲେ । ଯେଉଁଠାରେ ମହିଳାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରାଯାଇଥିଲା । ଏହା ପରେ ମହିଳାଙ୍କ ମୃତଦେହ କୁରୁକ୍ଷେତ୍ର ଅଞ୍ଚଳର ରଖିଥିଲେ । ସେପଟେ ମହିଳାଙ୍କର ସ୍ୱାମୀ କହିଛନ୍ତି ଯେ  । ସେ ଘରୁ ବାହାରିବା ବେଳେ ସାଙ୍ଗରେ କିଛି ସୁନା ଅଳଙ୍କାର ନେବା ସହ ଏକ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ । ଯାହାକୁ ଡାକ୍ତର ମାରିବା ପରେ ସେ ସବୁକୁ ଲୁଟ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ସିଓ ମହିପାଲ ସିଂ କହିଛନ୍ତି ଯେ, ଫେରିବା ପରେ ଅଭିଯୁକ୍ତ ତାଙ୍କ ମୋବାଇଲ୍ ନମ୍ବର ମଧ୍ୟ ବଦଳାଇ ଦେଇଥିଲା । ଏହି କାରଣରୁ ପୋଲିସ ଏହି ଘଟଣାର ଖୁଲାସା କରିବାକୁ ପ୍ରାୟ ୪୦ ଦିନ ସମୟ ନେଇଥିଲା । ବର୍ତ୍ତମାନ ପୋଲିସ ଅଧିକ ସୂଚନା ଏବଂ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ।

Leave a Reply