ଜମି ବିବାଦରୁ ହତ୍ୟା

ବଲାଙ୍ଗୀର: ଜମିବାଡି ବିବାଦକୁ କେନ୍ଦ୍ରକରି ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଗତ ବରଗାଁରେ ଜଣକୁ ହତ୍ୟା । ଗୁରୁତର ଅବସ୍ଥାରେ ୬ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଁର ବୁଡେକ ଓ ବେହେରା ପରିବାର ଭିତରେ ଗଣ୍ଡଗୋଳ ହୋଇଥିଲା । ବେହେରା ପରିବାରର ସୁଶାନ୍ତ ବେହେରା, ବିନୋଦ ବେହେରାଙ୍କ 5ରୁ 7ଜଣ ବ୍ୟକ୍ତି ଟାଙ୍ଗିଆ ଓ ଖଣ୍ଡାରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଧନୁ ବୁଡେକଙ୍କ ମୃତ୍ୟୁ ଘଟିଥିବା ବେଳେ ପରିବାରର 6 ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଲକ୍ଷ୍ମୀ ବୁଡେକ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ଦେଓଗାଁ ଥାନା ଅଧିକାରୀ ବାମଦେବ ଶଙ୍ଖୁଆଲ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତମାନେ ଫେରାର ଅଛନ୍ତି ।