ରାତିରେ ଶୋଇଥିବା ବେଳେ ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ

1 min read

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ଶିଶୁଡ଼ିହି ଗ୍ରାମରେ ଅଘଟଣ । ଶୋଇଥିବା ବେଳେ ମୁଣ୍ଡରେ ପଥର ଛେଚି ହତ୍ୟା କରାଯାଇଛି ।  ଗତରାତି ଘର ବାରଣ୍ଡା ରେ ଶୋଇଥିବା ଅବସ୍ଥାରେ ଘଟିଛି ଏଭଳି ଘଟଣା । ଗ୍ରାମର ସୁଦର୍ଶନ ମୁଣ୍ଡା ଙ୍କୁ କେହି ଦୁର୍ବୃତ୍ତ ପଥର ରେ ଛେଚି ହତ୍ୟା କରିଛନ୍ତି I ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣା ସମୟରେ ସୁଦର୍ଶନ ଙ୍କ ପାଖରେ ଶୋଇଥିବା ତାଙ୍କ ସ୍ତ୍ରୀ ସରସ୍ଵତୀ ଅଳ୍ପକେ ବର୍ତ୍ତୀ ଯାଇଥିବା ପ୍ରକାଶ କରିଛନ୍ତି l ସରସ୍ଵତୀଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଆସିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁଦର୍ଶନ ପଡ଼ିଥିବାର ଦେଖିଥିଲେ । ତେବେ ଗୁରୁତର ଅବସ୍ଥାରେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ ।

କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଆଜି ସକାଳେ ସରସ୍ଵତୀ ମୁଣ୍ଡା ତାଙ୍କ ସ୍ଵାମୀକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଏବଂ ଏକାଧିକ ବ୍ୟକ୍ତିଙ୍କ ନାମରେ ବଣାଇଁ ଥାନାରେ ଏତଲା ଦେଇଛନ୍ତି । ଏତଲା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତର ତଦନ୍ତ ଆରମ୍ଭ କରିଛି ।  ଅପରପକ୍ଷରେ ସନ୍ଦେହ ରେ ଜଣେ ସମ୍ପର୍କୀୟ ନାବାଳକକୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ l ପ୍ରାଥମିକ ପର୍ଯ୍ୟାୟରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

Leave a Reply