ପୁଣି ରାଜଧାନୀରେ ରକ୍ତ ଛିଟା, ରାଜମହଲ ଛକରେ ପଥରରେ ଛେଚି ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ସଞ୍ଜରେ ପଡ଼ିଲା ରକ୍ତ ଛିଟା  ।  ରାଜମହଲ ଛକ ରକ୍ତ ରଞ୍ଜିତ   । ଶିଶୁଭବନରୁ ରାଜମହଲ ଯିବା ରାସ୍ତାରେ ଜଣେ ଯୁବକଙ୍କୁ ହତ୍ୟା । ଲକଡାଉନରେ ପୋଲିସ ପଇଁତରା ମାରୁଥିବା ସ୍ୱତେ ମଧ୍ୟ କମିନାହିଁ ଅପରାଧ  । କିଭଳି ଓ କାହିଁକି ଏହି ହତ୍ୟା କାଣ୍ଡ ଘଟିଛି ସେ ବିଷୟରେ ସବିଶେଷ ତଥ୍ୟ ଜଣାପଡିନାହିଁ  । ମିଳିଥିବା ସୂଚନା ମୁତାବକ ରାଜମହଲ ଛକରେ ହତ୍ୟାକାଣ୍ଡ ଘଟିଥିବା ଜଣା ପଡିଛି  ।

ଦୁଇ ଜଣଙ୍କ ମଧ୍ୟରେ କିଛି କଳହ ଥିବାବେଳେ ମୃତ ଯୁବକ ଏବଂ ହତ୍ୟାକାରୀ ଯୁବକ ଦ୍ୱୟ ଶ୍ରମିକ ଶ୍ରେଣିର  । କୈଣସି କାରଣରୁ ଉଭୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା  । ଫଳରେ ଅନ୍ୟଜଣେ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଜଣାପଡି଼ଛି  । ସେପଟେ ଖବର ପାଇଘଟଣା ସ୍ଥଳରେ ପୋଲିସ ପହଁଥିଲା  ।  ହତ୍ୟା ମାମଲାରେ ଥାନା ରେ ଜଣେ ଶ୍ରମିକ ଅଟକ ରଖିବା ସହ ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ତଦନ୍ତ ଜାରି ରଖିଛି  ।

କିନ୍ତୁ ସବୁଠି ବଡ଼ ପ୍ରଶ୍ନ ଏବେ କେମିତି ଲକଡାଉନ ସମୟରେ ମଧ୍ୟ ସକ୍ରିୟ ଅପରାଧି  । ପୋଲିସର କଡ଼ା କଟକଣା ସ୍ୱତେ କିଭଳି ଜନଗହଳି ସ୍ଥାନରେ ଜଣଙ୍କୁ ହତ୍ୟା କରାଗଲା ତାହାକୁ ନେଇ ସାଧାରଣରେ ପୋଲିସ ପ୍ରତି ପ୍ରଶ୍ନ ଛିଡ଼ା ହୋଇଛି  । ଅନ୍ୟପଟେ ମୃତ୍ୟୁ ଘଟିଥିବା ଯୁବକ ଏବଂ ହତ୍ୟାକାରୀ କେଉଁ ଅଞ୍ଚଳର, କାହିଁକି ଉଭଯଙ୍କ ମଧ୍ୟରେ ବିବାଦ ହେଲା କିମ୍ବା ଏହି ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ କଣ ତାହାର ସନ୍ଧାନ ଜାରି ରଖିଛି କ୍ୟାପିଟାଲ ପୋଲିସ  ।

Leave a Reply