ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିପିଟି ମାରିଦେଲେ

ପିପିଲି: ପୂର୍ବ ଶତ୍ରୁତାକୁ ନେଇ ହତ୍ୟା । ପ୍ରଥମେ ଖୁଣ୍ଟରେ ବାନ୍ଧି ପିଟିଲେ । ମୁଣ୍ଡରେ ଆଘାତ ଲାଗିବାରୁ ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ । ପୁରୀ କଣାସ ଥାନା ବେଣଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ ।
ଗାଁର ଗୋପୀନାଥ ମହାନ୍ତିଙ୍କ ପୁଅ ରଘୁନାଥ ମହାନ୍ତିଙ୍କୁ ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସଂଘବଦ୍ଧ ହୋଇ କିଛି ଯୁବକ ରଘୁନାଥଙ୍କୁ ପ୍ରଥମେ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ ।
ତା ପରେ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ପରିବାରଲୋକ ପହଞ୍ଚିବା ବେଳକୁ ରଘୁନାଥଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିଲା ।
ହତ୍ୟାକାଣ୍ଡକୁ ନେଇ କଣାସ ଥାନାରେ ଅଭିଯୋଗ କରିଛନ୍ତି ମୃତ ରଘୁନାଥଙ୍କ ସ୍ତ୍ରୀ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।