ମହଙ୍ଗା ପଡ଼ିଲା ମାମଲତକାର, ଗରମ ତେଲ ଢ଼ାଳି ଯୁବକଙ୍କୁ ମାରିଦେଲେ ଶାଶୁ ଓ ଜ୍ୱାଇଁ
1 min read
ନୟାଗଡ଼: ପର ଘରେ ପଶି ମାମଲତକାର କରିବା ପଡ଼ିଲା ମହଙ୍ଗା । ଚାଲିଗଲା ଯୁବକଙ୍କ ଜୀବନ । ନୟାଗଡ଼ ଶରଣକୁଳ ଥାନା ଚଢ଼େୟାପଲ୍ଲୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଚଢ଼େୟାପଲ୍ଲୀ ଗାଁର ମାଣିଆ ପ୍ରଧାନ ନାମକ ଯୁବକ ପଡ଼ୋଶୀ ବିଧବା ମହିଳା ଶ୍ରୀମତୀ ପାଳଙ୍କ ଘରକୁ ଯାଇଥିଲେ । କୌଣସି କାରଣରୁ ବିଧବା ମହିଳାଙ୍କ ସହ ମାଣିଆଙ୍କ ବଚସା ହୋଇଥିଲା । ବଚସାରେ ମହିଳା ଓ ତାଙ୍କ ଜ୍ୱାଇଁ ମାଣିଆ ପ୍ରଧାନଙ୍କ ଉପରେ ଗରମ ତେଲ ଢ଼ାଳି ଦେଇଥିଲେ । ଗୁରୁତର ଅବସ୍ଥାରେ ମାଣିଆଙ୍କୁ ପ୍ରଥମେ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା l ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା l କିନ୍ତୁ ଚିକିତ୍ସିତ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣାରେ ଶରଣକୁଳ ପୋଲିସ ଗତ ୧୦ ତାରିଖରେ ଜ୍ୱାଇଁ ଓ ଶାଶୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୃତୁ ପୂର୍ବରୁ ପୋଲିସ ମୃତ ବ୍ୟକ୍ତିର ଜମାନବନ୍ଦୀ ନେଇଥିବା ଜଣା ପଡ଼ିଛି l