ଔଷଧ ଦେଲେନି ବୋଲି ପିଟି ପିଟି ମାରିଦେଲେ

କୋରାପୁଟ: ଔଷଧ ନ ଦେବାରୁ ପିଟିପିଟି ମାରିଦେଲା । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ନାରିଖିଲୁଆ ଗାଁର । ଚେରମୂଳି ଔଷଧ ନଦେବାରୁ ଯୁବକଙ୍କୁ ପିଟି ପିଟି ମାରିଦେଲେ । ମୃତକ ହେଉଛନ୍ତି  ମୁକୁନା ହିକକା । ହତ୍ୟା ଅଭିଯୋଗରେ ୨ ଜଣଙ୍କୁ ସନ୍ଦେହ କରି ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି ।

ସୂଚନା ଅନୁସାରେ, ନାରିଖିଲୁଆ ଗାଁର ଦିନବନ୍ଧୁ ଶିରିକା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ବାପା ଦୀନବନ୍ଧୁଙ୍କ କଷ୍ଟର ନିବାରଣ ପାଇଁ ପୁଅ ରାତିରେ ଚେରମୂଳି ଔଷଧ ଆଣିବାକୁ ଯାଇଥିଲେ । ରାତିରେ ଚେରମୂଳି ଔଷଧ ନଥିବା ମୁକୁନା କହିଥିଲେ । ଏହାପରେ ଦୁଇଜଣଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲା ।

ଏହିସମୟରେ ମୁକୁନା ଗୁଣିଗାରେଡି କରି ମାରିଦେବାକୁ ଧମକ ଦେଇଥିଲେ । ପରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ପାଟିତୁଣ୍ଡ ହୋଇଥିଲା । ଏବଂ କ୍ରୋଧରେ ମୁକୁନାଙ୍କୁ ପିଟି ପିଟି ମାରିଦିଆଯାଇଥିବା ଅଭିଯୋଗ ହୋଇଛି ।

Leave a Reply