ଯୁବକଙ୍କୁ ମାରିଦେବା ପରେ ପାଳ ଗଦାରେ ନିଆଁ ଲଗାଇ ପୋଡ଼ିଦେଲେ

କବିସୂର୍ଯ୍ୟନଗର: ହତ୍ୟା ପରେ ଯୁବକଙ୍କୁ ପାଳ ଗଦାରେ ପକାଇ ପୋଡ଼ିଦେଲେ ଦୁର୍ବୃତ୍ତ । କବିସୂର୍ଯ୍ୟନଗର ଥାନା ସୁନାପଲ୍ଲୀ ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତକଙ୍କର ପରିଚୟ ମିଳିନଥିବା ବେଳେ ପୋଲିସ ଏବଂ ଦମକଳ ବାହିନୀ ନିଆଁକୁ ଆୟତ କରିବା ସହ ମୃତଦେହକୁ ଉଦ୍ଧାର କରିଛି ।

ସୂଚନା ଅନୁଯାୟୀ, ଆଜି ଭୋର ସମୟରେ କିଛି ସ୍ଥାନୀୟ ଲୋକେ ପାଳ ଗଦାରେ ନିଆଁ ଲାଗିଥିବାର ଦେଖିଥିଲେ । ଏହା ଦେଖି ଦମକଳ ବାହିନୀକୁ ଖବର ଦେବା ପରେ ଆସି ନିଆଁକୁ ଆୟତ କରିଥିଲା । କିନ୍ତୁ ନିଆଁ ଲିଭାଉ ଲିଭାକୁ ପାଳ ଗଦା ଭିତରୁ ଏକ ଯୁବକଙ୍କର ମୃତ ଦେହ ଦେଖିବାକୁ ମିଳିଥିଲା ।

ଏହା ପରେ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ଆସି ଶବକୁ ଉଦ୍ଧାର କରିଥିଲା । ତେବେ ଯୁବକଙ୍କୁ ଅନ୍ୟତ୍ର ମାରି ଏଠାରେ ଆଣି ପୋଡ଼ି ଦେଇଥିବା ପୋଲିସ ସନ୍ଦେହ କରୁଛି । ସେପଟେ ଯୁବକଙ୍କର ପରିଚୟ ମିଳିନଥିବା ବେଳେ ପୋଲିସ ତାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

Leave a Reply