ଗଞ୍ଜାମ ପୋଲସରା କଳମ୍ବ ହାଇସ୍କୁଲ ଛକରେ ଜଘନ୍ୟକାଣ୍ଡ, ବିକାଶ ସାହୁର ତଣ୍ଟିକାଟି ହତ୍ୟା କଲେ ଦୁର୍ବୃତ୍ତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା କଳମ୍ବ ହାଇସ୍କୁଲ ଛକରେ ହତ୍ୟା । ଗତକାଲି ରାତିରେ କଳମ୍ବ ଗାଁର ବିକାଶ ସାହୁ ଓରଫ କାଉର ତଣ୍ଟିକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୋଲସରା ଓ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି । ତେବେ ବିକାଶଙ୍କୁ କିଏ ଓ କାହିଁକି ହତ୍ୟା କଲା, ତାହା ଜଣାପଡ଼ିନଥିବା ବେଳେ, ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୃତ ବିକାଶ ନାଁରେ ପୂର୍ବରୁ ଅନେକ ମାମଲା ଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ଶନିବାର ମଧ୍ୟରାତ୍ରିରେ ବିକାଶ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ପୋଲସରା ନୋଡାଲ ହାଇସ୍କୁଲ ଛକ ନିକଟରେ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ତେବେ ପୋଲିସ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ବିକାଶଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।   ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ପୋଲସରା ଥାନାଅଧିକାରୀ ଜିତେନ୍ଦ୍ର ମଲ୍ଲିକ ।