ଦିଗପହଣ୍ଡିରେ ଯୁବକଙ୍କୁ ନିର୍ମମ ହତ୍ୟା, ରାସ୍ତାରୁ ମିଳିଲା ଶିବ ବେହେରାଙ୍କ ମୃତଦେହ

ଗଞ୍ଜାମ: ଗଞ୍ଜାମ ଦିଗପହଣ୍ଡିରେ ଯୁବକଙ୍କୁ ହତ୍ୟା । ଦିଗପହଣ୍ଡି ଥାନା ଅନନ୍ତାଇ କାଳୁଆ ରାସ୍ତାରୁ ବ୍ରହ୍ମପୁର ଟାଉନ ଥାନା ଖଲାସି ସାହିର ଶିବ ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି । ଶିବଙ୍କ ଛାତି, ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗତକାଲି ଜଣେ ଯୁବକଙ୍କ ସହ ବାହାରକୁ ଯାଇ ଆଉ ଘରକୁ ଫେରି ନଥିଲେ ଶିବ । ଆଜି ସକାଳୁ ଶିବଙ୍କ ମୃତଦେହ ଦେଖି ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଚିହ୍ନଟ କରି ପରିବାର ଲୋକଙ୍କୁ ଖବର ଦେଇଥିଲା । ପୋଲିସ ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି ।