ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ, ଦୁଇ ପରିବାର ଭିତରେ ବଚସାକୁ ନେଇ ହତ୍ୟାକାଣ୍ଡ

ଭୁବନେଶ୍ବର : ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ । ସାଲିଆ ସାହିର ଆଦିବାସୀ ସାହିରେ ହତ୍ୟାକାଣ୍ଡ ଘଟିଛି । ବଚସାକୁ ନେଇ ଦୁଇ ପରିବାର ଭିତରେ ହୋଇଥିଲା ଖଣ୍ଡଯୁଦ୍ଧ । ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସୁଶୀଲ ହେମ୍ବ୍ରମ । ଠେଙ୍ଗାମାଡରେ ସୁଶୀଲଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ତଦନ୍ତ କରୁଛି ମୈତ୍ରୀବିହାର ଥାନା । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି ମୃତଦେହ ।