ରାଜଧାନୀରେ ପୁଣି ଜଘନ୍ୟ କାଣ୍ଡ, ସ୍ତ୍ରୀକୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଲା ସଇତାନ ସ୍ୱାମୀ

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ । ଭୁବନେଶ୍ୱରରେ ପୁଣି ସ୍ୱାମୀ ସାଜିଲା ସଇତାନ । ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିଲା ହତ୍ୟାକାରୀ ସ୍ୱାମୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସହିଦନଗର ଥାନା ବାସୁଆଘାଇ ଅଞ୍ଚଳରେ । ମୃତକ ହେଲେ ଲିଲତି ଦାଶ । ଏହି ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ସ୍ୱାମୀ ସୌଭାଗ୍ୟ ରଞ୍ଜନ ଦାଶଙ୍କୁ ଅଟକ ରଖିଛି ସହିଦନଗର ଥାନା ପୋଲିସ । ଥାନାରେ ଅଧିକ ତଦନ୍ତ ଲାଗି ପଚରାଉଚରା ଜାରି ରଖିଛି ପୋଲିସ । ମୃତକ ଲିଲି ଦାଶ ହେଉଛନ୍ତି ସୌଭାଗ୍ୟଙ୍କ ଦ୍ୱିତୀୟ ପତ୍ନୀ । ପ୍ରଥମ ପତ୍ନୀ ଛାଡ଼ିଚାଲିଯିବା ପରେ ଲିଲିଙ୍କୁ ଦ୍ୱିତୀୟ ବିବାହ କରିଥିଲେ ସୌଭାଗ୍ୟ ।