spot_img

Latest Posts

ଲୁଟ୍ ପାଇଁ ଘରେ ପଶି ବୀଭତ୍ସ ହତ୍ୟା !

ବ୍ରହ୍ମପୁର: ମୁଣ୍ଡ ଗଡ଼ିଲା, ଘରେ କଳାକନା ବୁଲିଲା । ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ସନ୍ଧ୍ୟାରେ ଘରେ ପଶି ଦୁର୍ବୃତ୍ତ ଜଣକୁ ହତ୍ୟା କରି ଚମ୍ପଟ ମାରିଛନ୍ତି । ଚମାଖଣ୍ଡି ଥାନା ରଘୁନାଥପୁର ଗାଁରେ ଭୟଙ୍କର ହତ୍ୟାକାଣ୍ଡ ଘଟିଛି । ଗାଁର ବି. ଲିଙ୍ଗରାଜ ରେଡ୍ଡୀଙ୍କ ଘରେ ଦୁର୍ବୃତ୍ତ ପଶି ତାଙ୍କୁ ହତ୍ୟା କରିବା ସହ ଲୁଟ୍ କରିଥିବା ନେଇ ସୂଚନା ମିଳିଛି ।

Murder For Loot In Ganjam Chamakhandi PS Area

ଗ୍ରାମବାସୀଙ୍କ ପାଖରୁ ହତ୍ୟାକାଣ୍ଡ ଖବର ପାଇ ଘଟଣାସ୍ଥଳରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ, ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା ପହଞ୍ଚିଛନ୍ତି । ଘରର ଆସବାବପତ୍ର ଏଣେତେଣେ ପଡ଼ିଛି ।

Murder For Loot In Ganjam Chamakhandi PS Area

ଦୁର୍ବୃତ୍ତ ଲୁଟ୍ ପାଇଁ ଆସି ବି. ଲିଙ୍ଗରାଜଙ୍କ ମୁଣ୍ଡକୁ ଆକ୍ରମଣ କରି ହତ୍ୟା କରିଥିଲେ । ପରେ ଘରର ଜିନିଷପତ୍ର ଲୁଟ୍ କରି ଖସି ପଳାଇଛନ୍ତି । ଆସନ୍ତାକାଲି ସନ୍ଧାନୀ କୁକୁର ଏବଂ ଫରେନସିକ୍ ଟିମ୍ ଆସି ରକ୍ତ ନମୁନା ସଂଗ୍ରହ କରିବେ । ପରେ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଯିବ ବୋଲି ପୋଲିସ କହିଛି ।

Latest Posts

Don't Miss