spot_img

Latest Posts

ହୋଲିରେ ଗଡ଼ିଲା ୫ ମୁଣ୍ଡ ,ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ

ନନ୍ଦିଘୋଷ ବ୍ୟୁରୋ: ହୋଲିରେ ଏଥର ରଙ୍ଗ ଖେଳ ନୁହେଁ, ହୋଇଛି ରକ୍ତର ହୋଲି ଖେଳ । ରାଜ୍ୟରେ ଗଡ଼ିଛି ୫ଟି ମୁଣ୍ଡ । ମାତିଲେ ଅପରାଧୀ ଲାଗୁଛି ଆଇନ ଶୃଙ୍ଖଳା ବୋଲି କିଛି ନାହିଁ । ଦିନ ଦ୍ଵିପହରରେ କାହାକୁ ଖାତିର ନ କରି ମାତିଲେ ଅପରାଧୀ । ରାଜଧାନରେ ଏତେ ସୁରକ୍ଷା ସତ୍ତ୍ଵେ ଦୁଇ ଦୁଇଟି ମର୍ଡର । ହାଇପ୍ରୋଫାଇଲ ସହିଦ ନଗର ଅଞ୍ଚଳର ଶାନ୍ତିପଲ୍ଲୀରେ ଜଣେ ଯୁବକକୁ ହତ୍ୟା କରାଯାଇଥିବା ବେଳେ ମଞ୍ଚେଶ୍ଵର ଥାନା ସମେଇଗଡ଼ିଆ ଅଞ୍ଚଳରେ ହୋଇଛି ଦ୍ଵିତୀୟ ହତ୍ୟାକାଣ୍ଡ। ଭୁବନେଶ୍ଵରରେ ଗୋଟିଏ ଦିନରେ ଦୁଇଟି ଦୁଇଟି ମର୍ଡର ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରଶ୍ନ ଉଠୁଛି, ପୋଲିସ ପ୍ରତି କଣ ଆଉ ଅପରାଧୀଙ୍କ ଭୟ ନାହିଁ। କେବଳ ଭୁବନେଶ୍ଵରରେ ନୁହେଁ ସମ୍ଵଲପୁରରେ ବି ଘଟି ଯାଇଛି ଏକ ହତ୍ୟାକାଣ୍ଡ। ସାହୁ କଲୋନିରେ ଜଣେ ଯୁବକକୁ ଘରୁ ଡାକି ନେଇ ତାର ଜୀବନ ନେଇଛନ୍ତି ଦୁର୍ବୃତ୍ତମାନେ। ସେହିପରି ଅନୁଗୁଳ ନାଖରାସାହିରେ ଭୁଜାଲି ଚୋଟରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ସେହିପରି ବ୍ରହ୍ମପୁରରେ ବି ଏକ ମର୍ଡର ହୋଇଛି। ଲାଞ୍ଜିପଲ୍ଲୀ ଚାଣକ୍ୟ ନଗର ଅଞ୍ଚଳର କଣ୍ଟ୍ରାକ୍ଟର ଟି. ରାମଚନ୍ଦ୍ର ପାତ୍ରଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ପୋଲିସ ପହଞ୍ଚି ତଦନ୍ତ କରିଛି। ହୋଲି ପରି ଦିନରେ ରାଜ୍ୟର ୪ ପ୍ରମୁଖ ସହରରେ ୫ଟି ହତ୍ୟାକାଣ୍ଡ । ସତେ ଯେମିତି ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ। ଘରୁ ବାହାରିବାକୁ ମଧ୍ୟ ଡର ଲାଗିଲାଣି।

Latest Posts

Don't Miss