ଶୋଇ ଥିବାବେଳେ ମାରିଦେଲେ ଦୃର୍ବୃତ୍ତ, କାରଣ ଖୋଜୁଛି ପୋଲିସ

ଗଞ୍ଜାମ: ପୁରୁଷୋତ୍ତମପୁର ଥାନା ଚୁଙ୍ଗୁଡିଘାଇ ଗ୍ରାମରେ ହତ୍ୟାକାଣ୍ଡ । ଗ୍ରାମର ବିନାୟକ ପ୍ରଧାନ ନାମକ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ସୂଚନା ଅନୁସାରେ, ବିନାୟକ ପ୍ରଧାନ ଗ୍ରାମର ଠାକୁରାଣୀଙ୍କ ମନ୍ଦିର ପାଖରେ ଶୋଇଥିବା ବେଳେ ତାକୁ କେହି ପଥରରେ ଛେଚି ହତ୍ୟା କରିଛି । ଖବର ପାଇ ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୃତ ବିନାୟକ ପ୍ରଧାନ ଜଣେ ମଦ ବ୍ୟବସାୟ କରୁଥିବା ଜଣାପଡିଛି । ସେ ଗୋଟିଏ କାଉଣ୍ଟର କରି ମଦ ବିକ୍ରି କରନ୍ତି । ହେଲେ କିଛି ଲୋକ ଚୋରା ମଦ କାରବାର କରୁଥିବାରୁ ସେ ବାରମ୍ବାର ଅଭିଯୋଗ କରୁଥିଲେ । ସେହି ରାଗରେ ଦୃର୍ବୃତ୍ତ ବିନାୟକଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି  ।

Leave a Reply