କେକ୍ ଖାଇବାକୁ ନେଇ ହତ୍ୟାକାଣ୍ଡ, ପ୍ରେସ ଛକରେ ରକ୍ତଛିଟା

ଭୁବନେଶ୍ୱର: ରାଜଧାନୀରେ ଝିମିଟି ଖେଳରୁ ମହାଭାରତ । କେକ୍ ଖାଇବାକୁ ନେଇ ହତ୍ୟାକାଣ୍ଡ । ଭୁବନେଶ୍ବର ପ୍ରେସ ଛକରେ ଯୁବକଙ୍କୁ ଛୁରାମାଡ କରି ହତ୍ୟା ଅଭିଯୋଗ । କେକ୍ ଖାଉଥିବାବେଳେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଟାକଟି ହୋଇଥିଲା । ପରେ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲେ ଦୁର୍ବୁତ୍ତ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ ମୃତକ ଗାଡକଣ ଅଞ୍ଚଳର ଚିଣ୍ଟୁ ପରିଡା । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଘଟଣାସ୍ଥଳରେ ରାସ୍ତାରୋକ କରିଥିଲେ ଗାଡକଣ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ବୁଝାସୁଝା କରିବା ସହିତ କାଲି ସକାଳ ଭିତରେ ଅଭିଯୁକ୍ତକୁ ଗିରଫ ପ୍ରତିଶ୍ରୁତି ଦେବାପରେ ରାସ୍ତା ରୋକ ହଟିଛି ।

Leave a Reply