ପ୍ରେମିକା ଗଳା କାଟିବା ପରେ ନିଜର ଗଳା କାଟିଲା ପ୍ରେମିକ

ରାୟଗଡ଼ା: ପ୍ରେମିକାକୁ ହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ  । ଏକ ଧାରୁଆ ଅସ୍ତ୍ରରେ ପ୍ରେମିକାର ଗଳା କାଟି ହତ୍ୟା କରିଥିବାବେଳେ ଅଭିଯୁକ୍ତ ନିଜର ବେକକୁ ମଧ୍ୟ କାଟିଛି  । ସେପଟେ ଗୁରୁତର ଅବସ୍ଥାରେ ହତ୍ୟାକାରୀ ପ୍ରେମିକକୁ ମେଡିକାଲରେ ଭର୍ତ୍ତି କରାଯାଇଛି  । ରାୟଗଡ଼ା ଟିକିରି ଥାନା ଓଷାପଡ଼ା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା  ।

ମିଳିଥିବା ସୂଚନା ମୁତାବକ ଯୁବକ ଜଣକ ଯୁବତୀଙ୍କୁ ଭଲ ପାଉଥିବାବେଳେ, ଯୁବତୀ ଏହାକୁ ପ୍ରତ୍ୟାଖାନ କରିଥିବା ଜଣାପଡ଼ିଛି  । ଯୁବକ ଜଣଙ୍କ ଏକତରଫା ପ୍ରେମ କରୁଥିବା ଜଣାପଡିଛି  ।  ପୂର୍ବ ପ୍ରସ୍ତୁତି ଅନୁଯାୟୀ ଯୁବକ ଜଣଙ୍କ ଯୁବତୀଙ୍କ  ଗଳାକାଟି ପ୍ରଥମେ ହତ୍ୟା କରିଥିଲେ  । ପରେ ଘଟଣାସ୍ଥଳରେ ନିଜର ବେକକୁ ନିଜେ କାଟିଥିଲେ  ।

ସେପଟେ ମୃତ ଯୁବତୀଙ୍କର ଜଣେ ବନ୍ଧୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଛନ୍ତି  । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଁଚି ଦେଖନ୍ତି ତ, ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି  । ଆହତ ହୋଇଥିବା ଯୁବତୀ ଏବଂ ସଂଙ୍କଟାପନ୍ନ ଥିବା ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି  ।