ପ୍ରେମିକା ଗଳା କାଟିବା ପରେ ନିଜର ଗଳା କାଟିଲା ପ୍ରେମିକ
ରାୟଗଡ଼ା: ପ୍ରେମିକାକୁ ହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ । ଏକ ଧାରୁଆ ଅସ୍ତ୍ରରେ ପ୍ରେମିକାର ଗଳା କାଟି ହତ୍ୟା କରିଥିବାବେଳେ ଅଭିଯୁକ୍ତ ନିଜର ବେକକୁ ମଧ୍ୟ କାଟିଛି । ସେପଟେ ଗୁରୁତର ଅବସ୍ଥାରେ ହତ୍ୟାକାରୀ ପ୍ରେମିକକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ରାୟଗଡ଼ା ଟିକିରି ଥାନା ଓଷାପଡ଼ା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।
ମିଳିଥିବା ସୂଚନା ମୁତାବକ ଯୁବକ ଜଣକ ଯୁବତୀଙ୍କୁ ଭଲ ପାଉଥିବାବେଳେ, ଯୁବତୀ ଏହାକୁ ପ୍ରତ୍ୟାଖାନ କରିଥିବା ଜଣାପଡ଼ିଛି । ଯୁବକ ଜଣଙ୍କ ଏକତରଫା ପ୍ରେମ କରୁଥିବା ଜଣାପଡିଛି । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଯୁବକ ଜଣଙ୍କ ଯୁବତୀଙ୍କ ଗଳାକାଟି ପ୍ରଥମେ ହତ୍ୟା କରିଥିଲେ । ପରେ ଘଟଣାସ୍ଥଳରେ ନିଜର ବେକକୁ ନିଜେ କାଟିଥିଲେ ।
ସେପଟେ ମୃତ ଯୁବତୀଙ୍କର ଜଣେ ବନ୍ଧୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଁଚି ଦେଖନ୍ତି ତ, ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଥିବା ଯୁବତୀ ଏବଂ ସଂଙ୍କଟାପନ୍ନ ଥିବା ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।