ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ, ସାଇବର ସେଲ୍ ଶରଣରେ ଅଭିନେତ୍ରୀ

2 min read
Murder and rape threat to Riya Chakrabarty.

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଲାଣି । ହେଲେ ତାଙ୍କର  ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ପୂର୍ବଭଳି ଟ୍ରୋଲିଂ କରୁଛନ୍ତି । ଟ୍ରୋଲର ତାଙ୍କୁ ବିଭିନ୍ନ ପ୍ରକାର ଆପତ୍ତିଜନକ କଥା କହୁଛନ୍ତି ।  ତେବେ ସମୟ ସମୟରେ ତାଙ୍କୁ ଧମକ ମଧ୍ୟ ମିଳୁଛି । ଏନେଇ ପୁଣି ଥରେ ଅଭିଯୋଗ କରିଛନ୍ତି ରିୟା ଚକ୍ରବର୍ତ୍ତୀ । ସୁଶାନ୍ତଙ୍କ ମୃତ୍ୟୁକୁ ମାସେ ପୂରିବା ପରେ ରିୟା ଏକ ଇମୋସନାଲ୍ ନୋଟ୍ ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ । ମାତ୍ର ଏହାର କୌଣସି ପ୍ରଭାବ ରିୟାଙ୍କ ଟ୍ରୋଲରଙ୍କ ଉପରେ ପଡିନାହିଁ ।

rhea-sushant-759

ତାଙ୍କୁ ଜୀବନରୁ ମାରିଦେବା ସହ ରେପ୍ କରିବା ପାଇଁ ମଧ୍ୟ ଧମକ ମିଳୁଛି । ତାଙ୍କୁ ଧମକପୂର୍ଣ୍ଣ ମେସେଜ ଆସୁଛି ବୋଲି କହି ପ୍ରମାଣ ସ୍ୱରୂପ ସେ ଏକ ସ୍କ୍ରିନ୍ ସଟ୍ ମଧ୍ୟ ପୋଷ୍ଟ କରିଛନ୍ତି । ଉକ୍ତ ସ୍କ୍ରିନ୍ ସଟରେ ଜଣେ ମହିଳା ତାଙ୍କ ବିରୋଧରେ ଆପତ୍ତିଜନକ ଶଦ୍ଦ ବ୍ୟବହାର କରିବା ସହ ତାଙ୍କୁ ରେପ୍ କରି ହତ୍ୟା କରିବା ନେଇ ଧମକ ଦେଇଛନ୍ତି । ରିୟା ଧମକ ପାଇବେ ପରେ ସାଇବର ସେଲ୍ କ୍ରାଇମର ହସ୍ତକ୍ଷେପ ଲୋଡିଛନ୍ତି ।

ତେବେ ସେ ଉକ୍ତ ସ୍କ୍ରିନ୍ ସଟକୁ ନଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରି ସେ ଲେଖିଛନ୍ତି, ମୋତେ ହତ୍ୟାକାରୀ ବୋଲି କୁହାଗଲା, ମୁଁ ଚୁପ୍ ରହିଲି.. ମୋତେ ଗୋଲ୍ଡ ଡିଗର ବୋଲି କୁହାଗଲା, ମୁଁ ଚୁପ୍ ରହିଲି, ମୁଁ ଲଜ୍ଜିତ ବୋଲି କୁହାଗଲା,ମୁଁ ଚୁପ୍ ରହିଲି । ମାତ୍ର ମୋ ନୀରବତା ତୁମକୁ ଏଭଳି ସୁଯୋଗ କିଭଳି ଦେଲା ଯେ ମୁଁ ଆତ୍ମହତ୍ୟା ନକଲେ,ତୁମେ ମୋତେ ରେପ କରି ହତ୍ୟା କରିବା ପାଇଁ ଧମକ ଦେବ । ତୁମେ ଜାଣିଛ ଏହା କେତେ ବଡ ଅପରାଧ ଏବଂ କେହି ଏଭଳି ମାନସିକ ଚାପ ଦେଇପାରିବେ ନାହିଁ । ମୁଁ ସାଇବର କ୍ରାଇମ ହେଲ୍ପଲାଇନକୁ ଅନୁରୋଧ କରୁଛି ଦୟାକରି ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ।  

Leave a Reply