କେମିତିକା ସ୍ୱାମୀ ଇଏ ! ପେଟ୍ରୋଲ ପକାଇ ଜାଳିଦେଲା

1 min read

ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ । ସାତ ଜନ୍ମର ସାଥି ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ସବୁ ପ୍ରତିଶ୍ରୁତି ଏବଂ ସବୁ ସାକ୍ଷୀକୁ ପିଶାଚ ସ୍ୱାମୀ ନିଆଁରେ ପୋଡିଦେଇଛି । ସ୍ୱାମୀ ସ୍ତ୍ରୀର ପବିତ୍ର ବନ୍ଧନ ଉପରେ ନୃଶଂସତାର କାଣ୍ଡ ଭିଆଇଛି  । ଯେଉଁ ସ୍ୱାମୀକୁ ମଥାର ସିନ୍ଦୂର କରି ନାଉଥିଲା ସେହି ସ୍ୱାମୀ ଆଜି ତାକୁ ଜୀବନରୁ ଶେଷ କରିଦେଇଛି । କିଛି ରୋଜଗାର ନଥିବାରୁ ସ୍ତ୍ରୀକୁ ହେମଦସ୍ତାରେ ପିଟି ପିଟି ସ୍ୱାମୀ ହତ୍ୟା କରିବାର ସଂଗୀନ ଅଭିଯୋଗ ଆସିଛି  । ସ୍ତ୍ରୀର ସବୁ ଭଲପାଇବା ଉପରେ ରକ୍ତର ଗାର ଟାଣିଛି ନୃଶଂସ ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂପୁର ଥାନା ଅନ୍ତର୍ଗତ ବରାଗୋଳ ପଞ୍ଚାୟତର ସାନ ତିହିଡା ଗାଁରେ ।

ସବୁକିଛି ଠିକ୍‌ ଥିଲା । କିନ୍ତୁ ଧିରେ ଧିରେ ଅର୍ଥ ହେଲା ବାଧକ। ଅଭିଯୁକ୍ତ ସ୍ୱାମୀ ପ୍ରସନ୍ନ ରାଉତ ସ୍ତ୍ରୀ ରଶ୍ମିତା ରାଉତଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପରେ ସେ ଥାନାରେ ଆତ୍ମସମର୍ପଣ କରିଛି । ଏହାପରେ ପୋଲିସ ଅର୍ଦ୍ଧଦଗ୍ଧ ମୃତଦେହକୁ ଘରୁ ଉଦ୍ଧାର କରିଛି । ପୂର୍ବରୁ ସ୍ୱାମୀର ରୋଜଗାର ନଥିବା ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ହେଉଥିବା ପଡ଼ୋଶୀ କହିଛନ୍ତି । ଗତକାଲି ପୁଣିଥରେ ଝଗଡା ହେବାରୁ ସ୍ୱାମୀ ରାଗିଯାଇ ସ୍ତ୍ରୀକୁ ହତ୍ୟା କରିଥିବା ଲୋକେ କହିଛନ୍ତି ।

ଅନ୍ୟପଟେ ହତ୍ୟା କରିବା ପରେ ନିଜ ଗାଡିରୁ ପେଟ୍ରୋଲ ଆଣି ସ୍ତ୍ରୀ ଶବ ନିଶ୍ଚିହ୍ନ କରିବାକୁ ପ୍ରୟାସ ମଧ୍ୟ କରିଥିବା ଅଭିଯୋଗ ହୋଇଛି । ଏ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଉଭୟଙ୍କର ଏକ ପୁଅ ରହିଛି । ହତ୍ୟା ଦିନ ପୁଅ ନିଜ ବଡବାପା ଘରେ ରହିଥିଲା । ଘଟଣା ସଂପର୍କରେ ଖବର ପାଇ  ପୋଲିସ ଓ ସାଇଣ୍ଟିଫିକ୍‌ ଦଳ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତକଙ୍କ ପରିବାର ପକ୍ଷରୁ ହତ୍ୟା ନେଇ ଥାନାରେ ଲିଖତ ଅଭିଯୋଗ କରାଯାଇଛି । ଏ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ')}

Leave a Reply