ସ୍ତ୍ରୀକୁ ମାରି ଆତ୍ମହତ୍ୟାର ଷ୍ଟୋରୀ ଲେଖିଥିଲେ ଯୁଧିଷ୍ଟିର

ନୂଆପଡ଼ା: ସ୍ୱାମୀର ପରକିୟା ପ୍ରିତିରେ କଣ୍ଟା ସାଜିଥିଲା ସ୍ତ୍ରୀ । ବାଟରୁ ହଟାଇବା ପାଇଁ ସ୍ତ୍ରୀକୁ ହତ୍ୟାକରି ଆତ୍ମହତ୍ୟାର ରୂପ ଦେଇଥିଲା ସ୍ବାମୀ । ତଦନ୍ତ ପରେ ସସପେନ୍ସ ଉପରୁ ହଟିଲା ପରଦା । ବନ୍ଧାହେଲା ହତ୍ୟାକାରୀ ସ୍ବାମୀ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚଳାନପଡା ଗାଁରେ ପାରିବାରିକ କଲହକୁ କେନ୍ଦ୍ରକରି ଗତ ୫ ତାରିଖରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଅନ୍ୟ ମହିଳାଙ୍କ ସହ ସ୍ବାମୀ ଯୁଧିଷ୍ଟିରଙ୍କ ଅନୈତିକ ସମ୍ପର୍କକୁ ବରୋଧ କରୁଥିଲେ ସ୍ତ୍ରୀ ସସ୍ମିତା ।

ଏହି ଘଟଣାକୁ ନେଇ ୫ ତାରିଖ ଦିନ ମଧ୍ୟ ଝଗଡା ହୋଇଥିଲା । ଏହାକୁ କେନ୍ଦ୍ରକରି ସସ୍ମିତାଙ୍କୁ ହତ୍ୟା କରିଥିଲା ଯୁଦ୍ଧିଷ୍ଟିର । ପରେ ଆତ୍ମହତ୍ୟା ରୂପ ଦେଇ ମେଡିକାଲକୁ ନେଇଥିଲା । ହେଲେ ତାଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର । ଏନେଇ ଝିଅକୁ ଯୁଧିଷ୍ଟିର ହତ୍ୟା କରିଥିବା ମୃତ ସସ୍ମିତାଙ୍କ ବାପା ଖଡ଼ିଆଳ ଥାନାରେ ଅଭିଯୋଗ କରିଥିଲେ । ଏହାର ତଦନ୍ତ କରି ରହସ୍ୟ ଉପରୁ ପରଦା ହଟାଇଛି ପୋଲିସ ।