ବ୍ରହ୍ମପୁର କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟାକାଣ୍ଡର ପର୍ଦ୍ଦ।ଫାସ୍‌, ୩ ଜଣ ଗରିଫ ୨ଜଣ ଫେରାର

ବ୍ରହ୍ମପୁରର: ବ୍ରହ୍ମପୁରର ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନୀ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦ।ଫାସ୍‌ । ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ତଥା ଡ୍ରାଇଭର ରୂପେଶକୁ ଗିରଫ କରିଛି ପୋଲିସ ।  ହତ୍ୟାକାଣ୍ଡ ପୂର୍ବରୁ ଷ୍ଟେସନ୍‌ ରୋଡରେ ହତ୍ୟାକାରୀମାନେ ଯୋଜନା କରୁଥିବା ସିସିଟିଭି ଭିଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଲୁଟ୍‌ ସମୟରେ ଲୁଟେରାମାନେ ଗାମୁଛାରେ ତଣ୍ଟି ଚିପି ହତ୍ୟା କରି ଲୁଟି ନେଇଥିଲେ ନଗଦ ୬ଲକ୍ଷ ଟଙ୍କା ଓ ସୁନାଗହଣା ।

ପ୍ରମାଣ ଲୁଚାଇବାକୁ ଯାଇ ସିସିଟିଭି କ୍ୟାମେରା ସହ ହାର୍ଡଡିସ୍କକୁ ମଧ୍ୟ ନେଇ ଯାଇଥିଲେ ଲୁଟେରା । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତାରେ ବ୍ରହ୍ମପୁର ପୋଲିସର ସ୍ୱତନ୍ତ୍ର ଟିମ୍‌ କରିଛି ହତ୍ୟାକାଣ୍ଡର ପର୍ଦ୍ଦ।ଫାସ୍‌ ।

ସିସିଟିଭି ନଜରରୁ ଖସି ଯାଇଥିଲେ ବି ପୋଲିସ ନଜରରୁ ଖସିପାରି ନାହାନ୍ତି ହତ୍ୟାକାରୀ । ପୋଲିସର ସନ୍ଦେହ ଘେରକୁ ନଆସିବା ପାଇଁ ଘଟଣା ପରଠାରୁ ପୋଲିସ ପାଖରେ ହିଁ ରହିଥିଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଡ୍ରାଇଭର ।

ଘଟଣା ରାତିରେ ରୁପେଶ ଲମ୍ବୋଦରଙ୍କ ଘର ଠାରୁ ଦୂରରେ ରହି ମୋବାଇଲରେ କରୁଥିଲା ଅପରେଟ୍‌ । ରୁପେଶକୁ ଅଟକ ରଖି ଜେରା କରିବା ପରେ ପୋଲିସକୁ ମିଳିଥିଲା ସୁରାକ । ତେବେ ଘଟଣାରେ ଫେରାର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ  ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍‌.ପି ।

Leave a Reply