ଆମେରିକାରେ ୨ ଭାରତୀୟଙ୍କୁ ହତ୍ୟା

ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ପୁଣି ଗୁଳିକାଣ୍ଡ। ଭର୍ଜିନିଆ ଆକୋମାକ କାଉଣ୍ଟି ସ୍ଥିତ ଏକ ଗ୍ରୋସରୀ ଦୋକାନକୁ ଆସି ଦୁଇ ବାପଝିଅକୁ ହତ୍ୟା କଲା ଦୁର୍ବୃତ୍ତ।ମୃତକ ହେଲେ ଭାରତୀୟ ବଂଶୋଦ୍ଭବ ପ୍ରଦୀପ ପଟେଲ ଏବଂ ଉର୍ମି ପଟେଲ। ଭୋର ସମୟରେ ଗ୍ରୋସରୀ ଷ୍ଟୋରକୁ ଆସିଥିଲା ଦୁର୍ବୃତ୍ତ। ମଦ କିଣିବାକୁ ଚାହିଥିଲା ଦୁର୍ବୃତ୍ତ। ତେବେ ସକାଳୁ ଦୋକାନ ଖୋଲିନଥିବାରୁ ନଦେବାରୁ ବାପା ପ୍ରଦୀପ ପଟେଲଙ୍କୁ ଗୁଳି କରି ହତ୍ଯା କରିଥିଲା। ଝିଅ ଉର୍ମି ପ୍ରତିବାଦ କରିବାକୁ ଝିଅକୁ ମଧ୍ୟ ଗୁଳି କରିଥିଲା। ଝିଅ ଉର୍ମିକୁ ଗୁରୁତର ଅବସ୍ଥାରେ ମେଡିକାଲ ନେଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଝିଅର ହସ୍ପିଟାଲରେ ମୃତ୍ୟୁ ଘଟିଥିଲା।୬ ବର୍ଷ ତଳେ ଦୁଇ ବାପଝିଅ ଆମେରିକା ଯାଇଥଲେ। ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଜର୍ଜ ଫ୍ରାଜିଅରକୁ ଗିରଫ କରିଛି ଆମେରିକା ପୋଲିସ। ମୃତକ ପ୍ରଦୀପ ପଟେଲ ଗୁଜରାଟ ମେହସାଣା ଅଂଚଳର। ତାଙ୍କର ସମ୍ପର୍କୀୟଙ୍କ ଏକ ଡିପାର୍ଟମେଣ୍ଟାଲ ଷ୍ଟୋରରେ କାମ କରୁଥିଲେ। ମୃତ ପ୍ରଦୀପଙ୍କ ଆଉ ଦୁଇ ଝିଅ ଅଛନ୍ତି। ଜଣେ କାନାଡାରେ ଥିବାବେଳେ ଅନ୍ୟ ଜଣେ ଅହମ୍ମଦାବାଦରେ ଅଛନ୍ତି। ଭାରତୀୟ ବଂଶୋଦ୍ଭବ ଦୁଇ ବାପଝିଅଙ୍କ ମୃତ୍ଯୁ ପରେ ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଛନକା ପଶିଛି। ଏହି ହତ୍ଯାକାଣ୍ଡ ଘଟଣାର କିଛି ମାସ ପୂକର୍ବରୁ ମୟଙ୍କ ପଟେଲ ନାମକ ବ୍ୟକ୍ତିଙ୍କୁ ଆମେରିକାର ନର୍ଥ କାରୋଲିନାରେ ଲୁଟପାଟ କରିବାକୁ ଆସି ଗୁଳି କରି ହତ୍ଯା କରିଥିଲେ ଦୁର୍ବୃତ୍ତ।