ମୁନିଗୁଡା ରେଳ ଷ୍ଟେସନର ଉନ୍ନତିକରଣ ପାଇଁ ଜବରଦଖଲ ଉଚ୍ଛେଦ

ରାୟଗଡ଼ା: ମୁନିଗୁଡା ରେଳ ଷ୍ଟେସନର ଉନ୍ନତିକରଣ ପାଇଁ ଜବରଦଖଲ ଉଚ୍ଛେଦ ଆରମ୍ଭ । ଷ୍ଟେସନ ଆଗରେ ଥିବା ରେଳବାଇ ଜାଗାକୁ ଶନିବାରଠାରୁ ଉଚ୍ଛେଦ କରାଯାଉଛି । ରେଳ ଷ୍ଟେସନ ଛକ ଠାରୁ ସହିଦ ଲକ୍ଷ୍ମଣ ନାୟକ ଛକ ପର୍ଯ୍ୟନ୍ତ ଦୋକାନ ଗୃହ ସବୁ ଭଙ୍ଗାଯିବାକୁ ନିଷ୍ପତି ନିଆଯାଇଛି । ଏହି ଦୋକାନୀ ମାନେ ଦୀର୍ଘ ବର୍ଷ ଧରି ବ୍ୟବସାୟ କରୁଥିବାରୁ ଉଚ୍ଛେଦକାର୍ଯ୍ୟ କିଛିଦିନ ସ୍ଥଗିତ ରଖିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ତେବେ ରେଳବିଭାଗ ଉଛେଦ ପ୍ରକ୍ରିୟା ଆରମ୍ଭ କରିଥିବାରୁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଜିଲ୍ଲାପାଳ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ପ୍ରଥମ ଦିନରେ  ୩୭ଟି ଦୋକାନ ଗୃହ ଭଙ୍ଗାଜିବାକୁ ନିଷ୍ପତି ହୋଇଥିବା ବେଳେ ମାସ ଶେଷ ସୁଦ୍ଧା ଅନ୍ୟ ଦୋକାନ ଗୃହ ଭଙ୍ଗାଯିବ । ସୁରକ୍ଷା ଦୃଷ୍ଟିରୁ ବିଷମକଟକ ଏସଡିପିଓ, ମୁନିଗୁଡା ଥାନା ଅଧିକାରୀ, ରେଳବାଇ ପୋଲିସ ଅଧିକାରୀ ଓ ଶତାଧିକ ପୋଲିସ ଫୋର୍ସ ମୃତୟନ ହୋଇଥିଲେ ।