ପୌର ନିର୍ବାଚନ ପାଇଁ ସରଗରମ ସହର, ଆଜି ଚୂଡ଼ାନ୍ତ ତାଲିକା ଘୋଷଣା କରିପାରନ୍ତି ବିରୋଧୀ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ସରଗରମ ସହର । ନାମାଙ୍କନ ପାଇଁ ହାତରେ ଆଉ ଦୁଇ ଦିନ ସମୟ । କିନ୍ତୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି କୌଣସି ଦଳ । ଭୁବନେଶ୍ୱର ପାଇଁ ବିଜେପି ମେୟର ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏଯାଏ କଟକ ଓ ବ୍ରହ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ସେପଟେ କଂଗ୍ରେସ ବ୍ରହ୍ମପୁର ପାଇଁ ଏପର୍ଯ୍ୟନ୍ତ ଦଳୀୟ ପ୍ରାର୍ଥୀ ଦେଇନାହିଁ । ଅନ୍ୟପଟେ ବିଜେଡି ଗତକାଲି ସବୁ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଦେଇସାରିଛି । ଭୁବନେଶ୍ୱର ପାଇଁ ସୁଲୋଚନା ଦାସଙ୍କୁ ମିଳିଛି ବିଜେଡି ଟିକେଟ୍ । ଏହା ସହିତ କଟକ ପାଇଁ ସୁବାସ ସିଂ ଓ ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇଙ୍କୁ ଟିକେଟ୍ ଦେଇଛି ଦଳ । ପ୍ରାର୍ଥୀଙ୍କ ଦକ୍ଷତା ଯାଞ୍ଚ ପରେ ମେୟର ପ୍ରାର୍ଥୀ ଚୟନ କରିଛି ବିଜେଡି । ରାଜ୍ୟ ସରକାରଙ୍କ ବିକାଶ ଓ ପ୍ରାର୍ଥୀଙ୍କ ସ୍ବଚ୍ଛତା ପାଇଁ ଦଳ ସବୁଠାରେ ବିଜୟୀ ହେବ । ସେପଟେ ଆସନ୍ତାକାଲି ନାମାଙ୍କନର ଶେଷ ଦିନ ହୋଇଥିବାରୁ ବିରୋଧୀ ଆଜି ଚୂଡାନ୍ତ ତାଲିକା ପ୍ରକାଶ କରିପାରନ୍ତି ।

Leave a Reply