ପୌର ନିର୍ବାଚନ: ଆଜି ଘୋଷଣା ହୋଇପାରେ ବିଜେଡି ଓ ବିଜେପିର ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ପୌର ପାଇଁ ସରଗରମ ରାଜନୀତି । ନାମାଙ୍କନ ପାଇଁ ଆଜିକୁ ମିଶାଇ ହାତରେ ରହିଛି ଆଉ ମାତ୍ର ତିନି ଦିନ । ୭ ତାରିଖରେ ସରବି ନାମାଙ୍କନ ପତ୍ର ଦାଖଲ । ସବୁ ରାଜନୈତିକ ଦଳ ଚୂଡାନ୍ତ ତାଲିକା ପ୍ରକାଶ କରିନଥିବା ବେଳେ କିଏ ଟିକେଟ୍ ପାଇବ ତାକୁ ନେଇ ସପେନ୍ସ ବଢିବାରେ ଲାଗିଛି । ଟେନସନରେ ଅଛନ୍ତି ଆଶାୟୀ ପ୍ରାର୍ଥୀ । କଂଗ୍ରେସ ପ୍ରଥମ ଦଳ ଭାବେରେ ଭୁବନେଶ୍ୱର ଓ କଟକ ପାଇଁ ମେୟର ସହିତ କିଛି କର୍ପୋରେଟରଙ୍କ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ କରିଛି । କିନ୍ତୁ ବିଜେପି ଓ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି । ଆଜି ଉଭୟ ଦଳ ଚୂଡାନ୍ତ ପ୍ରାର୍ଥୀ ତାଲିକା ସହିତ ମେୟର ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି । ପଞ୍ଚାୟତ ନିର୍ବାଚନର ଫଳାଫଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ବଚ୍ଛ ଓ ନିର୍ମଳ ଶାସନକୁ ଆଧାର କରି ପୌର ନିର୍ବାଚନରେ ମଧ୍ୟ ଅନୁରୂପ ସଫଳତା ହାସଲ କରିବା ପାଇଁ ଆଶା ରଖିଛି ଶାସକ ବିଜେଡି ଦଳ । ସହରରେ କରାଯାଇଥିବା ବିକାଶକୁ ଭୋଟ୍ ମିଳିବ ବୋଲି ବିଜେଡି କହିଛି । ସେପଟେ ବିରୋଧୀ ପଞ୍ଚାୟତ ଫଳାଫଳକୁ ସୁଧାରି ଶାସକ ଦଳକୁ ଟକ୍କର ଦେବାକୁ ଉଦ୍ୟମ କରୁଛନ୍ତି ।

Leave a Reply