ପୌର ନିର୍ବାଚନ: ଆଜି ପ୍ରାର୍ଥିପତ୍ର ଯାଞ୍ଚ, ୧୪ ତାରିଖରେ ପ୍ରକାଶ ପାଇବ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ନାମାଙ୍କନ ସରିବା ପରେ ଆରମ୍ଭ ହୋଇଛି ଜୋରଦାର ପ୍ରଚାର । ଆଜି ପ୍ରାର୍ଥିପତ୍ର ଯାଞ୍ଚ ହେବା ପରେ ୧୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମିଳିବ ପ୍ରତ୍ୟାହାରର ସୁଯୋଗ । ସେହିଦିନ ସଂଧ୍ୟାରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ଆସନ୍ତା ୨୪ରେ ହେବ ଭୋଟ, ୨୬ ତାରିଖରେ ହେବ ଗଣତି । ଚଳିତତ ଥର ପ୍ରତି ବୁଥରେ ରହିବ ଦୁଇଟି ଇଭିଏମ୍ ।  ପ୍ରଥମ ଥର ପାଇଁ ପୌରାଧ୍ୟକ୍ଷ ଏବଂ ମେୟର ପଦ ପାଇଁ ହେବ ପ୍ରତ୍ୟକ୍ଷ ନିର୍ବାଚନ । ୫୯ ଏନଏସି, ୪୭ ମ୍ୟୁନିସିପାଲିଟି, ୩ଟି ମହାନଗରରେ ହେବ ନିର୍ବାଚନ ।

ସେପଟେ ଏବେଠାରୁ ସରଗରମ ହେଲାଣି ପ୍ରଚାର ମଇଦାନ । ପ୍ରତି ଓ୍ୱାର୍ଡରେ ଘରକୁ ଘରକୁ ଘର ବୁଲି କ୍ୟାମ୍ପେନିଂ କରୁଛନ୍ତି ପ୍ରାର୍ଥୀଙ୍କ ସହିତ ନେତା । ଜନ ସମର୍ଥନ ସାଉଁଟିବକୁ ବିଭିନ୍ନ ମୁଦ୍ଦା ନେଇ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି ପ୍ରାର୍ଥୀ । ଲୋକଙ୍କ ସମର୍ଥନ ଓ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀର ଯୋଜନା ଆଧାରରେ ବିଜେଡି ସମସ୍ତ ଆସନ ଦଖଲ କରିବ ବୋଲି ଆଶାବାଦୀ ରହିଛି । କଂଗ୍ରେସ ଓ ବିଜେପି ପଞ୍ଚାୟତ ନିର୍ବାଚନରେ ପରାଜୟ ପରେ ପୌରରେ ନିଜର ସମ୍ମାନ ବଞ୍ଚାଇବା ପାଇଁ ଘରକୁ ଘରକୁ ବୁଲି ଜୋରଦାର ପ୍ରଚାର କରୁଛନ୍ତି ।