ପୌର ଉପାଧ୍ୟକ୍ଷ ଫଳ: ୯୦ରୁ ଅଧିକ ସ୍ଥାନରେ ବିଜେଡି ବିଜୟୀ

Municipal Vice Chairman Election, BJD Won In Above 90 Seats

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ଆସନ ଦଖଲ କରୁଛି ବିଜେଡି । ଆଜି ରାଜ୍ୟରେ ପୌର ଉପାଧ୍ୟକ୍ଷ ନିର୍ବାଚନ ଚାଲିଛି । ଏବେ ସୁଦ୍ଧା ଆସିଥିବା ଫଳାଫଳରେ ବିଜେଡି ୯୦ରୁ ଅଧିକ ପୌର ଉପାଧ୍ୟକ୍ଷ ଆସନ ହାତେଇଛି । ଯେତେବେଳେ କି ବିଜେପି ଓ ସ୍ୱାଧୀନଙ୍କୁ ମିଳିଛି ୩ଟି ଲେଖାଏ ଆସନ । ସେହିପରି କଂଗ୍ରେସ ମାତ୍ର ୨ଟି ଆସନରେ ସନ୍ତୁଷ୍ଟ ହୋଇଛି । ବାଲେଶ୍ୱର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡି ପ୍ରାର୍ଥୀ କୈଳାସ ସେଠୀ । ରେମୁଣା ଏନଏସି ଉପାଧ୍ୟକ୍ଷ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଆଇସେନ୍ ଖାଁ । ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ବିଜେଡି ପ୍ରାର୍ଥୀ ସନ୍ତୋଷ କୁମାର ମଲ୍ଲିକ ହୋଇଥିବା ବେଳେ ରାଇରଙ୍ଗପୁର ପୌର ପରିଷଦର ଉପାଧ୍ୟକ୍ଷା ହୋଇଛନ୍ତି ବିଜେଡିର ମମିତା ଚୌଧୁରୀ ।

ସେହିଭଳି ଭବାନୀପାଟଣା ପୌରପାଳିକା ଉପାଧ୍ୟକ୍ଷ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବିଷ୍ଣୁ ପ୍ରଧାନ । ବାରିପଦା ପୌରପରିଷଦର ଉପାଧ୍ୟକ୍ଷ ହୋଇଛନ୍ତି ବିଜେଡି ପ୍ରାର୍ଥୀ ସୀମା ଦାସ । ବୀରମିତ୍ରପୁର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ହୋଇଛନ୍ତି ବିଜେଡିର ନିବେଦିତା ବାଗେ । ଖୋର୍ଦ୍ଧା ପୌରପରିଷଦ ଉପାଧ୍ୟକ୍ଷ ଭାବେ ବିଜେଡିର ଶୌର୍ଯ୍ୟ ରଞ୍ଜନ ମହାନ୍ତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ହୋଇଛନ୍ତି ବିଜେଡିର ସନ୍ତୋଷ ରଣା । ଆସିକା ଏନଏସିର ଉପାଧ୍ୟକ୍ଷ ବିଜେଡିର ଜୟନ୍ତୀ ବିଶୋଇ, କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ବିଜେଡିର ଶକୁନ୍ତଳା ସେଠୀ, ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ଉପାଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେଡିର ଅମରେନ୍ଦ୍ର ସାହୁ ।

ବରଗଡ଼ ପୌର ପରିଷଦର ଉପାଧ୍ୟକ୍ଷ ବିଜେଡିର ରାଜେଶ ଅଗ୍ରୱାଲ, ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ବିଜେଡିର ଶାନ୍ତି ନାୟକ, ଜଟଣୀ ପୌର ପରିଷଦ ଉପାଧ୍ୟକ୍ଷା ବିଜେଡିର ଆରତୀ ରାଉତ, ଗୁଣୁପୁର ପୌର ଉପାଧ୍ୟକ୍ଷ ସ୍ୱାଧୀନ ପ୍ରାର୍ଥୀ ଶିବ ପ୍ରସାଦ ଗୌଡ଼, କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧକ୍ଷ ବିଜେଡିର ଦେବଯାନୀ କାଲୋ, ବେଲପାହାଡ଼ ପୌର ପରିଷଦ ଉପାଧ୍ୟକ୍ଷ ବିଜେଡିର ରୀନା ସୁନା, ଝାରସୁଗୁଡ଼ା ପୌର ପରିଷଦ ଉପାଧ୍ୟକ୍ଷ ବିଜେଡିର ବେଣୁଗୋପାଳ ପାଣିଗ୍ରାହୀ, ବ୍ରଜରାଜନଗର ପୌର ପରିଷଦ ଉପାଧ୍ୟକ୍ଷ ବିଜେଡିର କୃଷ୍ଣଗୋପାଳ ସିତାନି, ବଲାଙ୍ଗୀର ପୌର ଉପାଧ୍ୟକ୍ଷା ହୋଇଛନ୍ତି ବିଜେଡିର ଗାୟତ୍ରୀ ଭୋଇ ।

ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ବିଜେଡିର ଭାଗ୍ୟଲତା ଡାକୁଆ, ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ବିଜେଡିର ବବିତା କୁମାରୀ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ବିଜେଡିର ଶୁଭଶ୍ରୀ ଦାସ, ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ବିଜେଡିର ସୁରେନ୍ଦ୍ର ବାରିକ, ରମ୍ଭା ବିଜ୍ଞାପତି ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ବିଜେପିର କାଳିଆ ତରାଇ, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ବିଜେଡିର ସୁବାସିନୀ ସେଠୀ, କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ବିଜେଡିର ସ୍ୱରୂପ ପରିଜା, ରାଜଗାଙ୍ଗପୁର ମ୍ୟୁନିସିପାଲଟି ଉପାଧ୍ୟକ୍ଷ ବିଜେଡିର ଏମ.ଡି. ଇରଫାନ ହୋଇଛନ୍ତି ।

ଆନନ୍ଦପୁର ପୌରପରିଷଦ ଉପାଧ୍ୟକ୍ଷ ବିଜେଡିର ଦୁର୍ଗାଚରଣ ଦଳେଇ, ସୁନ୍ଦରଗଡ଼ ମ୍ୟୁନିସିପାଲଟି ଉପାଧ୍ୟକ୍ଷ ବିଜେଡିର ଲଲାଟେନ୍ଦୁ ପରିଡ଼ା, ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ବିଜେଡିର ଗୀତାଞ୍ଜଳି ପାଢୀ, କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ବିଜେଡିର ରଘୁରାମ ସାହୁ, ପାରଳାଖେମୁଣ୍ଡି ପୈାର ପରିଷଦର ଉପାଧ୍ୟକ୍ଷ ବିଜେଡିର ଲେଙ୍କା ମଧୁ, ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ବିଜେଡିର ହିମାଦ୍ରୀ ନାଏକ, ନୂଆପଡା ସଦର ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ବିଜେଡିର ସଞ୍ଜୁକ୍ତା ପଣ୍ଡା, ଭଦ୍ରକ ପୌର ପାଳିକାର ଉପାଧ୍ୟକ୍ଷ ବିଜେଡିର ଅଞ୍ଜୁବାଳା ଜେନା, ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ବିଜେଡିର ସନ୍ତୋଷ କୁମାର ବେହେରା । କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ହୋଇଛନ୍ତି ବିଜେଡିର ବିକ୍ରାନ୍ତ କୁମାର ସାହୁ ।

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ବିଜେଡିର ଭାରତୀ ପଟ୍ଟନାୟକ, ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ବିଜେଡିର ସୁପ୍ରିତା ଜେନା, ହିଞ୍ଜିଳିକାଟୁ ପୌର ପରିଷଦ ଉପାଧ୍ୟକ୍ଷ ବିଜେଡିର ସୁଚିତ୍ରା ପଣ୍ଡା, ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷା ବିଜେଡିର ଉମାକାନ୍ତ ବେଶନ, ଗୁଡାରୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ବିଜେଡିର ଯୋଗେଶ୍ୱର ରାଓ, ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ବିଜେଡିର ଲିଲି ସାହୁ, ସୋନପୁର ପୌରପରିଷଦର ଉପାଧ୍ୟକ୍ଷ ବିଜେଡିର ମଲ୍ଲିକା ଦାନି, ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ବିଜେଡିର ତପସ୍ୱିନୀ ମେହେର, ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ବିଜେଡିର ଗଗନ ଅଗ୍ରୱାଲ ହୋଇଛନ୍ତି ।

ଉମରକୋଟ ପୌର ପରିଷଦ ଉପାଧ୍ୟକ୍ଷ ବିଜେଡିର ସୁଧାଂଶୁ ଦାସ, ବ୍ୟାସନଗର ପୌର ପରିଷଦର ଉପାଧ୍ୟକ୍ଷ ବିଜେଡିର ସୁବାସ ଚନ୍ଦ୍ର ବଳ, ଚିକିଟି ପୌର ପରିଷଦ ଉପାଧ୍ୟକ୍ଷ ବିଜେଡିର ଦୂର୍ଗା ପ୍ରସାଦ ଦେଓ,  ଅନୁଗୁଳ ପୌର ପାଳିକାର ଉପାଧ୍ୟକ୍ଷ ବିଜେପିର ଅନୁପମା ସାହୁ, କେନ୍ଦୁଝରଗଡ଼ ପୌରପାଳିକାର ଉପାଧ୍ୟକ୍ଷ ବିଜେଡିର ବରୋଦା ପ୍ରସନ୍ନ ଦାସ, କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ କଂଗ୍ରେସର ମନୋରମା ରାଉତ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ହେଲେ ବିଜେଡିର ଗଦାଧର ସ୍ୱାଇଁ, ଢେଙ୍କାନାଳ ପୌର ଉପାଧକ୍ଷ ବିଜେଡିର ପ୍ରକାଶ ଚନ୍ଦ୍ର କୁଅଁର, ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ବିଜେଡିର ଭାଗ୍ୟବତୀ ମହାରଣା, ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷ ବିଜେଡିର ଶୁଭ୍ରା ପଣ୍ଡା ।

ଫୁଲବାଣୀ ପୌର ପରିଷଦର ଉପାଧ୍ୟକ୍ଷ ବିଜେଡିର ପାୟଲ ବେହେରା, ଟିଟିଲାଗଡ଼ ମ୍ୟୁନିସିପାଲଟିର ଉପାଧ୍ୟକ୍ଷ ବିଜେଡିର ପୁଷ୍ପାମଞ୍ଜରୀ ଜାଲ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ବିଜେଡିର ପ୍ରାଚୀପ୍ରଭା ସ୍ୱାଇଁ, ଜୟପୁର ପୌର ପରିଷଦର ଉପାଧ୍ୟକ୍ଷ ହେଲେ ବିଜେଡିର ବି .ସୁନୀତା, କୋରାପୁଟ ପୌର ପରିଷଦ ଉପାଧ୍ୟକ୍ଷ ହୋଇଛନ୍ତି ବିଜେଡିର ସବିତା ପଣ୍ଡା ।