ମୁଣ୍ଡଳୀରେ ବୋଟ୍ ଓଲଟିବା ଘଟଣା: ଏବେ ବି ନିଖୋଜ ଓଡ୍ରାଫ୍ ଟିମ ସଦସ୍ୟ ସୀତାରାମ ମୁର୍ମୁ

କଟକ: ମହାନଦୀ ମୁଣ୍ଡଳୀରେ ହାତୀ ଉଦ୍ଧାର ସମୟରେ ଭାସି ଯାଇଥିବା ଓଡ୍ରାଫ ଟିମର ସଦସ୍ୟ ସୀତାରାମ ମୁର୍ମୁ ଏବେବି ନଖୋଜ ଅଛନ୍ତି । ସୀତାରାମଙ୍କୁ ଖୋଜା ଚାଲିଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଓଡ୍ରାଫ ଓ ଏନଡିଆରଏଫ୍ ଟିମ । ଓଡ୍ରାଫ ବୋଟରେ ଉଦ୍ଧାରକାରୀ ସଦସ୍ୟଙ୍କ ସହ ଯାଇଥିଲେ ସୀତାରାମ । ହେଲେ ଦୁର୍ଭାଗ୍ୟବସତଃ ବୋଟ୍ ଓଲଟି ପଡିଥିଲା । ଏହି ସମୟରେ ସୁଅରେ ଭାସି ଯାଇଥିଲେ ସୀତାରାମ । ଏବେ ବି ତାଙ୍କୁ ଖୋଜୁଛି ଉଦ୍ଧାରକାରୀ ଦଳ ।

ସୂଚନା ଯୋଗ୍ୟ, ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟି ଯାଇଥିଲା । ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ । ବୋଟ୍ ଓଲଟିବା ପରେ ଓଡ୍ରାଫ୍ ଟିମ୍ ସହ ଘରୋଇ ଟିଭି ଚ୍ୟାନେଲର ପ୍ରତିନିଧି ଓ କ୍ୟାମେରାମ୍ୟାନ ଭାସି ଯାଇଥିଲେ । ଭାସିଯିବାର କିଛି ସମୟ ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଦେଶୀ ଡଙ୍ଗାରେ ଅରିନ୍ଦମଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଥିଲା । ୨ ଗଣମାଧ୍ୟମ ପ୍ରତିନିଧିଙ୍କ ଅବସ୍ଥା ଗୁରୁତର ରହିଥିଲା । ଅରିନ୍ଦମଙ୍କ ଅକାଳ ମୃତ୍ୟୁ ହୋଇଛି । ଏ ବେବି ଓଡ୍ରାଫ୍ ଟିମର ଅନ୍ୟ ଜଣେ ସଦସ୍ୟ ନିଖୋଜ ଅଛନ୍ତି । ନିଖୋଜ ମୁର୍ମୁଙ୍କୁ ଓଡ୍ରାଫ୍ ସହ ଏନଡିଆରଏଫ୍ ଟିମ୍ ଖୋଜାଖୋଜି କରୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୋକ

Leave a Reply