ମଞ୍ଚେଶ୍ୱର ମୁଣ୍ଡା ସାହିରେ ଖଣ୍ଡା ବୁଲିବା ଘଟଣା: ୨୧ଜଣଙ୍କୁ ଗିରଫ କଲା ପୋଲିସ

1 min read

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ମୁଣ୍ଡାସାହି ଗୋଷ୍ଠୀ ସଂଘର୍ଷ ଘଟଣା । ମୋଟ ୨୧ ଜଣଙ୍କୁ ଗିରଫ କରିଲା ପୋଲିସ । ୨ ଜଣ ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ସମେତ ୧୭ ଗିରଫ । ହୋଟେଲ ମିଡ୍ ଲ୍ୟାଣ୍ଡର ମାଲିକ ସମ୍ପୃକ୍ତ । ୪ ଜଣ ନାବାଳକ ଅଟକ । ବେସବଲ ବ୍ୟାଟ୍, ଖଣ୍ଡା , ଭୂଜାଲି ଜବତ । ଏଣିକି ବସ୍ତି ଅଞ୍ଚଳର ଗଣ୍ଡଗୋଳ ଓ ଅଶାନ୍ତି ରୋକିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍ କରାଯିବ ।

ସୂଚନା ଯୋଗ୍ୟ ଯେ, ଗତକାଲି ମଞ୍ଚେଶ୍ଵର ମୁଣ୍ଡା ସାହିରେ ୨୦ ରୁ ୩୦ ମିନିଟ୍ ଧରି ଚାଲିଥିଲା ଦୁର୍ବୃତ୍ତଙ୍କ ଆତଙ୍କରାଜ । ଗତକାଲିର ଛୋଟ ଝଗଡ଼ାକୁ ନେଇ ମହାଭାରତ । ୪୦ରୁ ୫୦ ଯୁବକ ସାହି ଉପରେ ଆକ୍ରମଣ କରିଛନ୍ତି । ଅଭିଯୁକ୍ତମାନେ ଘର ଓ ଗାଡ଼ି ଭାଙ୍ଗି ଦେଇଥିଲେ । ଯିଏ ସାମ୍ନାକୁ ଆସିଲା ମାରଣାସ୍ତ୍ରରେ ଗୋଡାଇ ଗୋଡାଇ ହାଣୁଥିଲେ ଅଭିଯୁକ୍ତ ।

ଆକ୍ରମଣ ସମୟର ଭିଜୁଆଲ ସିସିଟିଭିରେ କଏଦ୍ ହୋଇଛି । ଘଟଣାରେ ୨୦ରୁ ଅଧିକ ଆହତ ହୋଇଥିବା ବେଳେ ୫ ରୁ ୬ ଜଣଙ୍କୁ ଗୁରୁତର ଭାବେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ପଳାଶୁଣୀ ଛକରେ ଏନଏଚ ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା । ପୋଲିସର ବୁଝାସୁଝା ପରେ ଏହି ଅବରୋଧ ହଟିଛି । ଘଟଣାରେ ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ ।

ତେବେ ଥାନାଠୁ ମାତ୍ର ୩୦୦ ମିଟର ଦୂରରେ ଘଟଣା ଘଟିଥିଲା । ଏନେଇ ପୋଲିର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସୀନ୍ଦା । ସ୍ଥାନୀୟ ଲୋକ ବାରମ୍ଭାର ପିସିଆର୍ ଡାକିଥିଲେ ବି ପୋଲିସ ପହଞ୍ଚି ନଥିବା ଅଭିଯୋଗ ମଧ୍ୟ ହୋଇଛି ।

ଏଥିସହିତ ପଢ଼ନ୍ତୁ: ମଞ୍ଚେଶ୍ଵରରେ ବୁଲିଲା ଖଣ୍ଡା-ଭୂଜାଲି, ଯାହାକୁ ଦେଖିଲେ ଗୋଡ଼ାଇ ହାଣିଲେ..

Leave a Reply