ଟ୍ରେନରୁ ଡେଇଁବା ଘଟଣା : ଚା’ ବାଲା ପାଇଁ ଚାଲିଗଲା ଜୀବନ
ନନ୍ଦିଘୋଷ ବ୍ୟୁରୋ: ବୁଧବାର ମହାରାଷ୍ଟ୍ର ଟ୍ରେନ ଦୁର୍ଘଟଣାରେ ୧୩ ଜଣଙ୍କ ଜୀବନ ଯିବା ଘଟଣାର ନୂଆ ସତ୍ୟ ସାମନାକୁ ଆସିଛି । ଗୁଜବ ପାଇଁ ଅକାଳରେ ୧୩ ଜଣଙ୍କ ଜୀବନ ଯାଇଥିବାବେଳେ ବହୁ ଯାତ୍ରୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଟ୍ରେନରେ ନିଆଁ ଲାଗିବା ଗୁଜବ କିଏ କରିଥିଲା । ଏହାକୁ ନେଇ ବହୁ ଚର୍ଚ୍ଚା ହେଉଥିବାବେଳେ ଜଣେ ପ୍ରତ୍ୟକ୍ଷଦର୍ଶୀ ଗଣମାଧ୍ୟମ ଆଗରେ ଗତକାଲିର କଥା କହିଛନ୍ତି । ସେ କହିଛନ୍ତି କି, ଟ୍ରେନରେ ଚା ବିକୁଥିବା ଜଣେ ବ୍ୟକ୍ତି ଏଭଳି ଗୁଜବ ପ୍ରଚାର କରିଥିଲେ । ଯେତେବେଳେ ଟ୍ରେନ ମନ୍ଥର ଗତି ହୋଇଥିଲା ଯାତ୍ରୀମାନେ ଡେଇଁ ପଡ଼ିଥିଲେ । ଯେଉଁ କାରଣରୁ ବିପରୀତ ଦିଗରେ ଆସୁଥିବା ଟ୍ରେନ ଲୋକଙ୍କ ଉପରେ ଚଢ଼ି ଯାଇଥିଲା । ଭାଗ୍ୟ ଭଲ ବହୁ ଲୋକ ଟ୍ରାକର ଅନ୍ୟ ଦିଗରେ ଡେଇଁ ପଡ଼ିଛନ୍ତି । ଯେଉଁ କାରଣରୁ ସେମାନେ ଆହତ ହୋଇ ମଧ୍ୟ ବଞ୍ଚି ଯାଇଛନ୍ତି ।ଅନ୍ୟ ଜଣେ ମହିଳା କହିଛନ୍ତି କି, ମୁଁ ଶୋଇଥିବାବେଳେ ମୋ ମା ନିଆଁ ଲାଗିବା କଥା କହିଥିଲେ । ମାତ୍ର ସେ ଧର୍ଯ୍ୟ ଧରିବା ପରିବର୍ତ୍ତେ ଡେଇଁ ପଡ଼ିଥିଲେ । ମୋ ଆଖି ସାମନାରେ ଜୀବନ ଚାଲି ଯାଇଥିବାବେଳେ ବହୁତ ଦୁଃଖ ଅନୁଭବ କରିଛି ।
ସୂଚନା ଥାଉକି, ମହାରାଷ୍ଟ୍ର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି। ମହାରାଷ୍ଟ୍ରର ଜଲଗାଓଁର ପରାଣ୍ଡା ରେଳ ଷ୍ଟେସନରେ ଗତକାଲି ଘଟିଥିଲା ବଡ଼ ଧରଣର ଦୁର୍ଘଟଣା । ପୁଷ୍ପକ ଏକ୍ସପ୍ରେସରେ ନିଆଁଲାଗିବାକୁ ନେଇ ଗୁଜବ ପ୍ରଚାର ହୋଇଥିଲା । ଭୟରେ ଟ୍ରନରୁ ଡେଇଁପଡ଼ିଥିଲେ ଯାତ୍ରୀ । ଡେଉଁଥିବା ଯାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା ଦ୍ଵିତୀୟ ଟ୍ରାକରେ ବୀପରିତ ଦିଗରୁ ଆସୁଥିବା ଟ୍ରେନ। କର୍ଣ୍ଣାଟକ ଏକ୍ସପ୍ରେସ ଟ୍ରେନ ଯାତ୍ରୀଙ୍କୁ ଚାପି ଦେଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ଏଯାଏଁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ପାଚୋରା ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି।