ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ମୁମ୍ବାଇରୁ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ଯୁବକକୁ ମୁମ୍ବାଇରୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ମହାରାଷ୍ଟ୍ର ଏସଟିଏଫ ଗିରଫ କରିଛି । ଅଭିଯୁକ୍ତକୁ ଜେରାବେଳେ ଦୋଷ ସ୍ୱୀକାର କରିବା ପରେ ମହାରାଷ୍ଟ୍ର ଏସଟିଏଫ ତାକୁ ୟୁପି ଏସଟିଏଫ ଜିମା ଦେଇଛି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ ସହ ରିମାଣ୍ଡ ଆବେଦନ କରାଯିବ । ଯାହାପରେ ଅଭିଯୁକ୍ତକୁ ୟୁପି ନିଆଯିବ ।

୨୫ ବର୍ଷୀୟ ଅଭିଯୁକ୍ତ କାମରାନ ଅମିନ ଖାନକୁ ମୁମ୍ବାଇର ଚୁନାଭଟ୍ଟି ଅଞ୍ଚଳରୁ ଏସଟିଏଫ ଗିରଫ କରିଛି । ଗୁରୁବାର ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦେଇଥିଲେ । ପୋଲିସ ମୁଖ୍ୟାଳୟର ହ୍ୱାଟ୍ସଆପର ନମ୍ବରକୁ ଏମିତି ଧମକ ପଠାଯାଇଥିଲା । ପୋଲିସ ଧମକ ଆସିଥିବା ନମ୍ବରରେ ଏଫଆଇଆର୍ ରୁଜୁ କରି ଯାଞ୍ଚ କରିଥିଲା । ଧମକରେ ଯୋଗୀ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଶତ୍ରୁ ବୋଲି କୁହାଯାଇଥିଲା ।

ଗୁରୁବାର ରାତି ପ୍ରାୟ ସାଢ଼େ ବାରଟା ବେଳେ ୟୁପି ପୋଲିସକୁ ହ୍ୱାଟ୍ସଆପ୍ ମେସେଜ ଆସିଥିଲା । ଯେଉଁଥିରେ ସିଏମ୍ ଯୋଗୀଙ୍କୁ ବୋମା ପକାଇ ମାରିଦେବି ବୋଲି ଲେଖା ଯାଇଥିଲା । ମେସେଜ ମିଳିବା ପରେ ପୋଲିସର ଉଚ୍ଚ ଅଧିକାରୀଙ୍କୁ ଏନେଇ ଅବଗତ କରାଯାଇଥିଲା । ଗୋମତି ନଗର ଥାନାରେ ୧୯ ମିନିଟ୍ ଭିତରେ ଏଫଆଇଆର୍ ରୁଜୁ ହୋଇଥିଲା ।

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ତଦନ୍ତ ଆରମ୍ଭ କଲା ଏସଟିଏଫ୍

Leave a Reply