କ୍ରୁଜ୍ରେ ଡ୍ରଗ୍ସ ପାର୍ଟି ମାମଲା: ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଆଜି ହେବ ଶୁଣାଣି

ମୁମ୍ୱାଇ: ହାଇପ୍ରୋଫାଇଲ୍ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା । ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ୍ ନେଇ ଆଜି ଆସିବ ରାୟ । ମୁମ୍ବାଇର ସେସନ୍ସ କୋର୍ଟ ମାମଲାର ରାୟ ଶୁଣାଇବେ । ଯଦି ଆଜି ଆର୍ଯ୍ୟନଙ୍କୁ ଜାମିନ୍ ନ ମିଳେ ତେବେ ସେ ଜେଲରେ ରହିବେ । ସେପଟେ ଆର୍ଯ୍ୟନଙ୍କ ଜାମିନ୍ ଉପରେ ରୋକ ଲଗାଇବା ପାଇଁ ଚେଷ୍ଟା କରିବ ଏନସିବି । ଏବେ ମୁମ୍ବାଇର ଅର୍ଥର ରୋଡ୍ ଜେଲରେ ଅଛନ୍ତି ଆର୍ଯ୍ୟନ ଖାନଙ୍କ ସହ ଅନ୍ୟ ଅଭିଯୁକ୍ତ ।
ଡ୍ରଗ୍ସ ପାର୍ଟି ଲିଙ୍କ ଖୋଜୁଛି ଏନସିବି । ଆର୍ଯ୍ୟନଙ୍କ ମୋବାଇଲରୁ ଅନେକ ତଥ୍ୟ ମିଳିଥିବାବେଳେ ବିଦେଶ ଲିଙ୍କ ନେଇ ଚାଲିଛି ଖୋଳତାଡ । କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ମୋଟ ୧୮ ଜଣ ଗିରଫ ହୋଇ ସାରିଛନ୍ତି । ଗତ ୨ ତାରିଖରେ ଆର୍ଯ୍ୟନ ଖାନଙ୍କ ସହ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ସହ ଅନ୍ୟ ୮ ଜଣକୁ ଗିରଫ କରିଥିଲା ଏନସିବି ।