spot_img

Latest Posts

ଟେଲି ଅଭିନେତାଙ୍କୁ ଗିରଫ କଲା ମୁମ୍ବାଇ କ୍ରାଇମ ବ୍ରାଞ୍ଚ

ମୁମ୍ବାଇ: ଟିଭି ସିରିଏଲରେ କାମ କରୁଥିବା ଜଣେ ୪୦ ବର୍ଷୀୟ ଅଭିନେତାଙ୍କୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ସଲମାନ ଅନସାରୀ ନାମକ ଏହି ଅଭିନେତା ଜଣକ ପୋଲିସ ଅଧିକାରୀ ବେଶରେ ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ସେ ‘ଛତ୍ରପତି ରାଜ ଶିବାଜୀ’, ‘ସାଧବ ​​ଇଣ୍ଡିଆ’ ପରି ଟେଲିଭିଜନ ସିରିଏଲରେ କାମ କରିଥିବାବେଳେ ଏବଂ ଦୁଇଟି ହିନ୍ଦୀ ଚଳଚ୍ଚିତ୍ରରେ ଛୋଟ ଭୂମିକାରେ ଅଭିନୟ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ସଲମାନ ଅନସାରୀ ମୁମ୍ବାଇରୁ ୟୁପି, ଉତ୍ତରାଖଣ୍ଡ ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ସହରକୁ ଫ୍ଲାଇଟରେ ଯାଉଥିଲା ଓ ସେଠାରେ ନକଲି ପୋଲିସ ହୋଇ ଲୋକଙ୍କୁ ଠକୁଥିଲା ପରେ  ପୁଣି ମୁମ୍ବାଇ ଫେରି ଟିଭି ଏବଂ ଚଳଚ୍ଚିତ୍ରରେ କାମ କରୁଥିଲା ।

ମୁମ୍ବାଇ କ୍ରାଇମ ବ୍ରାଞ୍ଚକୁ ସଲମାନ ଜଣେ ବୃଦ୍ଧ ମହିଳାଙ୍କୁ ଠକି ତାଙ୍କଠୁ ପାଞ୍ଚ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟି ନେଇଥିବା ସୂଚନା ମିଳିଥିଲା। ଡେରାଡୁନର ପଟେଲ ନାଗର ପୋଲିସ ଷ୍ଟେସନରେ ଏ ସମ୍ପର୍କିତ ଏକ ମାମଲା ରୁଜୁ ହୋଇଥିଲା। ତେବେ ତଦନ୍ତ ପରେ ଅଭିଯୁକ୍ତ ମୁମ୍ବାଇର ଓଶିୱାରା ବୋଲି ଡେରାଡୁନ୍ ପୋଲିସ ଜାଣିବାକୁ ପାଇଥିଲା। ଏହି ସୂଚନାକୁ ଆଧାର କରି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ସୋମବାର ସନ୍ଧ୍ୟାରେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ପୋଲିସ ପଚରାଉଚରା ବେଳେ ଅଭିଯୁକ୍ତ ତାଙ୍କ ଅପରାଧ ସ୍ୱୀକାର କରିଛି। ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଭିଯୁକ୍ତଙ୍କୁ ଡେରାଡୁନ ପୋଲିସକୁ ହସ୍ତାନ୍ତର କରାଯାଇଛି। କ୍ରାଇମ ବ୍ରାଞ୍ଚ ଡିସିପି ଆକବର ପଠାନ କହିଛନ୍ତି ଯେ ନାଗପୁର ସହରରେ ଅଭିଯୁକ୍ତଙ୍କ ବିରୋଧରେ ୩ଟି ଏବଂ ଉତ୍ତରାଖଣ୍ଡରେ ଦୁଇଟି ଅପରାଧିକ ମାମଲା ରୁଜୁ ହୋଇଛି। ଅନ୍ୟ ସାଥୀଙ୍କ ସନ୍ଧାନ ଚାଲିଥିବାବେଳେ ଅଭିଯୁକ୍ତ ସଲମାନଙ୍କୁ ଉତ୍ତରାଖଣ୍ଡ ପୋଲିସକୁ ହସ୍ତାନ୍ତର କରାଯାଇଛି।

 

Latest Posts

Don't Miss