ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ଜବତ ହୋଇଥିଲା ବିଷ୍ପୋରକ ଭର୍ତ୍ତି କାର, ଆଜି ମିଳିଲା ମାଲିକଙ୍କ ମୃତ ଦେହ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ସନ୍ଦିଗ୍ଧ ଅବସ୍ଥାରେ ଜବତ ହୋଇଥିବା କାର ମାଲିକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ବହୁ ଚର୍ଚ୍ଚିତ ଆଣ୍ଟୋଲିଆ ନିକଟରୁ କାର ଭିତରେ ଜିଲୋଟିନ ଭର୍ତ୍ତି କାର ଲଜବତ କରିଥିଲା ପୋଲିସ । କିନ୍ତୁ ଆଜି ହଠାତ କାର ମାଲିକ ହିରେ ମନସୁଖଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମୁତାବକ କାର ମାଲିକ ହିରେ ମନସୁଖ କଲବା କ୍ରିକକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

ସେପଟେ ଏହି ଘଟଣା ମିଳିବା ମାତ୍ରେ ନୈପୋଡ଼ା ପୋଲିସ ଘଟଣାସ୍ଥଳରେ ପହଁଚିବା ସହ ମୃତ ଦେହକୁ ଉଦ୍ଧାର କରିଛି । କିନ୍ତୁ ଘଟଣା ବିଷୟରେ ଗୋଟେପଟେ ତଦନ୍ତ ଚାଲିଥିବାବେଳେ ତଦନ୍ତ ପରିସରଭୁକ୍ତ ଥିବା ମନସୁଖ କାହିଁକି ଆତ୍ମହତ୍ୟାର ପଥ ବାଛିଲେ, ତାହା ବର୍ତ୍ତମାନ ବଡ ପ୍ରଶ୍ନ ଭାବେ ଉଭା ହୋଇଛି ।

କିଛିଦିନ ତଳେ ରିଲିଆନ୍ସ ମୁଖ୍ୟ ତଥା ଦଜେଶର ଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟୋଲିଆ ପରିସରରେ ଦୀର୍ଘ ସମୟ ଧରି ଏକ କାର ରହିଥିବା ଦେଖିବାକୁ ମିଳିଥିଲା । ପରେ ଏ ବିଷୟରେ ଅଭିଯୋଗ ହେବାରୁ ପୋଲିସ ଉକ୍ତ କାରକୁ ଜବତ କରିଥିଲା । ଯେଉଁଥିରୁ ବିଷ୍ଫୋରକ ଜିଲେଟିନ ମିଳିବା ସହ ଧମକପୂର୍ଣ୍ଣ ଚିଠି ମଧ୍ୟ ଜବତ କରିଥିଲା ପୋଲିସ। ମୁକେଶ ଆମ୍ବାନୀ ଏବଂ ତାଙ୍କ ସହଧର୍ମିଣୀ ନିତା ଅମ୍ବାନୀଙ୍କ ଉଦ୍ଦେଶ୍ୟରେ ଏହି ଚିଠି ଲେଖାଯାଇଥିବା ଜଣାପଡିଥିଲା ।

ଏହା କେବଳ ଟ୍ରେଲର ଆଗକୁ ଅନେକ କିଛି ଘଟିବାକୁ ଯାଉଥିବା ଜବତ ହୋଇଥିବା ଚିଠିରେ ଉଲ୍ଲେଖ ରହିଥିଲା । ଦେଶର ଶ୍ରଷ୍ଠ ଶିଳ୍ପପତିଙ୍କ ଘର ଯାହା ବିଶ୍ବରେ ଅନ୍ୟତମ ଦାମୀ ବଙ୍ଗଳା ଭାବେ ପରିଚିତ ସେଠାରେ କିଭଳି ଦୁର୍ବୁତ୍ତ ବମ ଭର୍ତ୍ତି ଗାଡି ଛାଡିଦେଇଗଲା ତାହା ପୋଲିସ ଏବଂ ମହାରାଷ୍ଟ୍ର ସରକାର ପାଇଁ ବଡ ପ୍ରଶ୍ନ ଭାବେ ଉଭା ହୋଇଥିଲା । ସେପଟେ ମହାରାଷ୍ଟ୍ର ପୋଲିସର ଏକ ସ୍ବତନ୍ତ୍ର ଟିମ ଘଟଣାର ତଦନ୍ତ ଜାରି ରଖିଛି, କିନ୍ତୁ ଏହି ସମୟରେ ବମ ଭର୍ତ୍ତି କାର ମାଲିକଙ୍କ ମୃତ ଦେହ ମିଳିବା ଘଟଣାକୁ ଯେତିକି ସନ୍ଦିହାନ କରିଛି, ସେତିକି ପ୍ରଶ୍ନ ମଧ୍ୟ ଠିଆ କରିଛି ।

Leave a Reply