କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା: ୨ ଓଡ଼ିଆ ଯୁବକଙ୍କୁ ମିଳିଲା ଜାମିନ

ମୁମ୍ୱାଇ: କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା । କ୍ରୁ୍‌ଜରୁ ଗିରଫ ହୋଇଥିବା ଓଡ଼ିଆ ଯୁବକଙ୍କୁ ମିଳିଲା ଜାମିନ । ଅଭିନ ସାହୁ ଓ ମନୀଷ ରାଜଗରିଆଙ୍କୁ ଏନ୍‌ସିବି ଗିରଫ କରିଛି । ରାଉରକେଲାର ମନୀଷ ରାଜଗରିଆଙ୍କ ସହ ରଘୁନାଥପାଲ୍ଲୀର ଅଭିନ ସାହୁଙ୍କୁ ଗିରଫ କରାଯାଇଥିଲା । ଅପରପକ୍ଷରେ ଆସନ୍ତାକାଲି ମଧ୍ୟ ହେବ ମାମଲାର ଶୁଣାଣି ।ଦୀର୍ଘ ସମୟ ପରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ । ଆଜି ବମ୍ବେ ହାଇକୋର୍ଟରେ ଆର୍ଯ୍ୟନ ଖାନଙ୍କ ଜାମିନ୍ ଆବେଦନର ମଧ୍ୟ ହୋଇଥିଲା ଶୁଣାଣି । ପୂର୍ବରୁ ଆର୍ଯ୍ୟନଙ୍କ ବେଲ୍ ଆବେଦନ ୨ଥର ଖାରଜ ହୋଇସାରିଛି ।

ଆଜିର ଶୁଣାଣି ବେଳେ ଏନସିବି ଯେଉଁ ସତ୍ୟପାଠ ଦାଖଲ କରିଛି ସେଥିରେ ଆର୍ଯ୍ୟନଙ୍କ ଜାମିନକୁ ବିରୋଧ କରାଯାଇଥିବା ସହ ପ୍ରମାଣ ନଷ୍ଟ ନିମନ୍ତେ ଉଦ୍ୟମ କରାଯାଇଛି ବୋଲି କୁହାଯାଇଛି । ଆର୍ଯ୍ୟନଙ୍କ ଲାଗି ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଟର୍ଣ୍ଣିଂ ଜେନରାଲ ମୁକୁଲ ରୋହତଗୀ । ପୂର୍ବରୁ ମୁମ୍ବାଇର ସେସନ୍ସ କୋର୍ଟ ଆର୍ଯ୍ୟନଙ୍କ ସହ ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କ ଜାମିନ୍ ଖାରଜ କରିଥିଲେ । ଏହା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆର୍ଯ୍ୟନଙ୍କ ଆଇନଜୀବୀ । କ୍ରୁଜ ରେଭ୍ ପାର୍ଟି ଡ୍ରଗସ ମାମଲାରେ ଗତ ୨ ତାରିଖରେ ଗିରଫ ହୋଇଥିଲେ ଆର୍ଯ୍ୟନ ଖାନ୍ । ଏହି ମାମଲାରେ ଗିରଫ ହୋଇଥିଲେ ଆର୍ଯ୍ୟନ, ଅରବାଜ ମର୍ଚ୍ଚାଣ୍ଟ, ମୁନମୁନ ଧମେଚା, ନୁପୂର ସାତିଜା, ଇସମିତ ସିଂ ଚଢା । ଡ୍ରଗ୍ସ କେସ୍‌ରେ ଫସିଥିବା ଦୁଇ ଓଡ଼ିଆ ଯୁବକ ଅଭିନ୍ନ ସାହୁ ଓ ମନୀଷ ରାଜଗରିଆଙ୍କୁ ଜାମିନ ମିଳିଛି ।

 

Leave a Reply