୩୫୦ କୋଟିର ଟ୍ୟାକ୍ସ ଚୋରି କରିଛନ୍ତି ଫିଲ୍ମ କମ୍ପାନୀ, ତାପସୀ ନେଇଛନ୍ତି ୫ କୋଟି କ୍ୟାସ୍

1 min read

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଓ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ସମେତ ସିନେ ଜଗତ ସହ ଜଡିତ କିଛି ବ୍ୟକ୍ତି ତଥା କମ୍ପାନୀ ଉପରେ ଆୟକର ବିଭାଗର ଚଢଉ ଜାରି ରହିଛି। କିଛି ପ୍ରଡକ୍ସନ ହାଉସର ଆୟ ଓ ଶେୟାର ରେ ବଡ ଧରଣର ହେରାଫେରି କରାଯାଇଛି ବୋଲି ବିଭାଗ ପକ୍ଷରୁ ଗୁରୁବାର ଦିନ ଜାରି ଏକ ବୟାନରେ କୁହାଯାଇଛି ।

ଆୟକର ବିଭାଗକୁ ୩୫୦ କୋଟି ଟଙ୍କାର ଟ୍ୟାକ୍ସରେ ହେରାଫେରି କରାଯାଇଥିବା ଜଣାପଡିଛି । କମ୍ପାନୀର ଅଧିକାରୀ ମାନେ ୩୫୦ କୋଟି ଟଙ୍କା ଉପରେ କିଛି ସ୍ପଷ୍ଟ ଜବାବ ଦେଇପାରୁ ନାହାଁନ୍ତି । ସେହିପରି ତାପସୀ ପନ୍ନୁ ନାମରେ ୫ କୋଟିର କ୍ୟାସ୍ ରିସିପ୍ଟ ମିଳିଛି ।

ଆୟକର ବିଭାଗ କହିଛି ଯେ ମାର୍ଚ୍ଚ ୩ ତାରିଖ ଦିନ ଦୁଇଟି ବଡ ଫିଲ୍ମ ପ୍ରଡକ୍ସନ ହାଉସ୍, ଜଣେ ଅଭିନେତ୍ରୀ ଓ ମୁମ୍ବାଇର ୨ ଟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ଠିକଣା ଉପରେ ରେଡ୍ କରାଯାଇଛି । ଏହି ରେଡ୍ ମୁମ୍ବାଇ, ଦିଲ୍ଲୀ, ପୁଣେ ଓ ହାଇଦ୍ରାବାଦରେ ଚାଲିଛି । ଅଫିସ ଓ ଘର ସମେତ ମୋଟ୍ ୨୮ ସ୍ଥାନରେ ଚଢଉ ଜାରି ରହିଛି ।

୨ ଟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର କାର୍ଯ୍ୟାଳୟ ପରିସରରେ ଇମେଲ୍, ହ୍ୱାଟ୍ସଅପ୍ ଚାର୍ଟ, ହାର୍ଡ ଡିସ୍କ ଆଦିରୁ ବହୁ ଡିଜିଟାଲ ଡାଟା ଜବତ କରାଯାଇଛି । ଏଥିସହିତ ୭ଟି ବ୍ୟାଙ୍କ ଲକର୍ସ ମିଳିଛି । ଯାହାକୁ ଯାଞ୍ଚ ପରିଧି ଅନ୍ତର୍ଭୁକ୍ତ କରାଯାଇଛି ।

ସୁତ୍ରରୁ ପ୍ରକାଶ ଯେ, ଆୟକର ବିଭାଗ ସ୍ପଷ୍ଟ କରିଛି ଯେ ROC ରେକର୍ଡସ୍ ଅନୁସାରେ ଫେଣ୍ଟମ ଫିଲ୍ମସ୍ ଏବେବି ଚାଲୁ ରହିଛି । ବିଭାଗର ଏକ ଟିମ୍ ଶୁଟ୍ ଲୋକେସନକୁ ଯାଇଛି ଯେଉଁଠି ଅନୁରାଗ କଶ୍ୟପ ଓ ତାପସୀ ପନ୍ନୁ ଏକ ପ୍ରୋଜେକ୍ଟରେ କାମ କରୁଛନ୍ତି । ତଲାସୀ ଅଭିଯାନ ଓ ପଚରାଉଚରା ଏବେବି ଜାରି ରହିଛି ।

ସୂଚନାଯୋଗ୍ୟ, ଗତ  ବୁଧବାର ଦିନ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବଂ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘର ଓ ଅଫିସରେ ଆୟକର ବିଭାଗ ଚଢ଼ଉ କରିଥିଲା । ରାତି ପର୍ଯ୍ୟନ୍ତ ଏହି ଚଢ଼ଉ ଚାଲିଥିଲା । ଆୟକର ବିଭାଗ ପକ୍ଷରୁ ଏହି ରେଡ୍ କେବଳ ତାପସୀ ଓ ଅନୁରାଗଙ୍କ ଘରେ ହୋଇନଥିଲା । ତାଙ୍କ ଘର ବ୍ୟତୀତ ଆଉ ଚାରୋଟି କମ୍ପାନୀ ଉପରେ ମଧ୍ୟ ରେଡ୍ କରାଯାଇଥିଲା । ଫାଣ୍ଟମ ଫିଲ୍ମସ୍, କ୍ୱାନ୍, ଏକ୍ସିଡ୍, ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଭଳି ସଂସ୍ଥା ଉପରେ ମଧ୍ୟ ଚଢ଼ଉ ହୋଇଛି । ତାପସୀ ଏବଂ ଅନୁରାଗ ଘର ବ୍ୟତୀତ ମଧୁ ମନଟେନା, ବିକାଶ ବହଲ ଏବଂ ଅନ୍ୟମାନଙ୍କ ଘରେ ମଧ୍ୟ ଆୟକର ବିଭାଗ ଚଢ଼ଉ କରିଛି । ହେଲେ ଅନୁରାଗ ଏବଂ ତାପସୀଙ୍କ ଘର ଉପରେ ଅଧିକ ଫୋକସ୍ ରହିଥିଲା ।

Leave a Reply