ଆନ୍ଧ୍ର, ତେଲେଙ୍ଗାନା ଓ ମହାରାଷ୍ଟ୍ର ଉପରୁ ଟଳୁନି ବର୍ଷା ବିତ୍ପାତ…

ମୁମ୍ୱାଇ/ଆନ୍ଧ୍ରପ୍ରଦେଶ/ ତେଲେଙ୍ଗାନା: ପ୍ରବଳ ବର୍ଷାରେ ଉବୁଟୁବୁ ମାୟା ନଗରୀ ମୁମ୍ବାଇ । ଥାନେ ସମେତ ବହୁ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ସ୍ଥିତି ବେହାଲ ହୋଇପଡିଛି । ପ୍ରବଳ ବର୍ଷା ପାଇଁ ଆଜି ମଧ୍ୟ ରେର୍ଡ଼ ଆଲର୍ଟ ଜାରି କରିଛି ଆଇଏମଡି । ଯାହାକୁ ନେଇ  ଲୋକେ ଚିନ୍ତାରେ ରହିଛନ୍ତି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ମହାରାଷ୍ଟ୍ରର ଉତ୍ତର କୋଙ୍କଣ କ୍ଷେତ୍ର ସମେତ ମୁମ୍ବାଇ ଓ ଥାନାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ସେହିପରି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବର୍ଷା କାରଣରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ସମସ୍ତ ଆବଶ୍ୟକ ସ୍ଥାନରେ ଏନଡ଼ିଆରଏଫ କର୍ମୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବହୁ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ପାଣି ସୁଅରେ ଅନେକ ଲୋକେ ଭାସିଯାଇଥିବା ଜଣାପଡିଛି । ମୁମ୍ୱାଇର ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇ ରହିଛି । ଅନେକ ଅଞ୍ଚଳରେ ରାସ୍ତାରେ ପାଣିର ସୁଅ ଚାଲୁଛି ।

ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ବୁଧବାର ବର୍ଷା କାରଣରୁ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ସେହିପରି ମହାରାଷ୍ଟ୍ରର ସୋଲାପୁର ଜିଲାରେ ପନ୍ଦରପୁରରେ ବର୍ଷାରେ ପାଚେରି ଭୁଶୁଡି ୬ ଜଣଙ୍କ ମୃତ୍ୟ ହୋଇଥିଲା ସୂଚନା ମିଳିଛି ।

Leave a Reply