୩ ଘଣ୍ଟା ପରେ ମୁମ୍ବାଇରେ ଫେରିଲା ବିଜୁଳି, ଲୋକ କଲେ ଏମିତି ଟ୍ରୋଲ୍‌ ଯାହା ଅବିଶ୍ୱସନୀୟ…

Mumbai Power Cut

ମୁମ୍ବାଇଁ: ୩ ଘଣ୍ଟା ପରେ ମୁମ୍ବାଇରେ ଫେରିଲା ବିଜୁଳି । ସୋମବାର ମୁମ୍ବାଇରେ ଦେଖାଦେଇଥିଲା ବଡ଼ ଧରଣର ବିଦ୍ୟୁତ ବିଭ୍ରାଟ୍‌ । ଦୀର୍ଘ ସମୟ ଧରି ମାୟାନଗରୀ ମୁମ୍ବାଇର ଅଧା ଅଞ୍ଚଳରେ ବନ୍ଦ ରହିଥିଲା ବିଦ୍ୟୁତ ସେବା । ଏମିତିକି ବିଦ୍ୟୁତ୍‌ ସର୍ବରାହ ବନ୍ଦ ଯୋଗୁଁ ମେଟ୍ରୋ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଗ୍ରୀଡ୍‌ ଫେଲ୍‌ ଯୋଗୁଁ ଏଭଳି ପରିସ୍ଥିତି ଉପଜିଥିବା ଜଣାପଡ଼ିଛି । ଅନେକ ସମୟ ଧରି ବିଦ୍ୟୁତ ସେବା ବନ୍ଦ ରହିଥିଲେ ମଧ୍ କୌଣସି ସମାଧାନ ହୋଇପାରିନଥିଲା । ଅଧା ମୁମ୍ପାଇ ସହର ଆଜତି ସତେ ଯେମିତି ବିନା ବିଦ୍ୟୁତ୍‌ ଯୋଗୁଁ ଅଚଳ ହୋଇଯାଇଥିଲା ।

ତେବେ ଟାଟା କମ୍ପାନୀ ପକ୍ଷରୁ ଏଠାରେ ବିଦ୍ୟୁତ୍‌ ବିତରଣ କରାଯାଉଛି । କମ୍ପାନୀର ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ଉପଜିଥିବା ସ୍ଥାନୀୟ ଲୋକ ଦାବି କରିଛନ୍ତି । ବିଦ୍ୟୁତ ସରବରାହ ବନ୍ଦ ଯୋଗୁଁ ସହରର ପୂର୍ବ, ପଶ୍ଚିମ, ଉପନଗର ତଥା ଥାନେ ଅଞ୍ଚଳରରେ ମଧ୍ୟ ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଥିଲା । ତେବେ ବାରମ୍ବାର ଅଭିଯୋଗ କରିବା ପରେ ବିଦ୍ୟୁତ ବିଭାଗ ପକ୍ଷରୁ କାମ ଆରମ୍ଭ ହୋଇଥିଲା । ଦୀର୍ଘ ୩ ଘଣ୍ଟା ପରେ ମାୟାନଗରୀରେ ବିଦ୍ୟୁତ ସରବରାହ ସଚଳ ହୋଇଥିଲା ।

Electricity

ସବୁଠାରୁ ବଡ଼ କଥା ହେଲା ବଦ୍ୟୁତ୍‌ କାଟ୍‌ ସମୟରେ ମୁମ୍ବାଇବାସୀ ଏହାକୁ ଟ୍ରୋଲ୍ କରିବା ଆରମ୍ଭ କରିଥିଲେ । ସୋସିଆଲ ମିଡିଆରେ ଅନେକ ଫଟୋ କ୍ୟାପ୍‌ସନ୍‌ ଦେଖିବାକୁ ମିଳିଥିଲା । ଯାହା ଦ୍ୱାରା ଏହି ବିଦ୍ୟୁତକାଟ୍‌କୁ ସମାଲୋଚନା କରାଯାଇଥିଲା । ଗ୍ରୀଡ୍‌ ଫେଲ୍‌କୁ ମଜାଦାର ମିମ୍ସ ମଧ୍ୟରେ ଲୋକ କଟାକ୍ଷ କରିଥିବା ଦେଖିବାକୁ ମିଳିଥିଲା ।

ଜଣେ ୟୁଜର ଆଡାନୀ ଇଲେକ୍ଟ୍ରିସିଟିକୁ ଟ୍ୟାଗ୍‌ କରି ତାରକ୍‌ ମେହେତା କା ଉଲ୍‌ଟା ଚସ୍‌ମା ଫଟୋ ସେୟାର କରିଛନ୍ତି । ଲକ୍‌ଡାଉନ୍‌ ସମୟରେ ଆଡାନୀ ଇଲେକ୍ଟି୍ରିସିଟିକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ।

ସେହିଭଳି ଜଣେ ୟୁଜର ଖୁମ୍ବରେ ଚଢ଼ିଥିବା ଜନି ଲିଭରଙ୍କ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଅନେକ ଲୋକ ମଜାକ୍‌ ଉଡ଼ାଇଛନ୍ତି ଓ ହସିଛନ୍ତି ।

ଆଉ ଜଣେ ୟୁଜର ଦୀପିକାଙ୍କ ଏହି ଫଟୋ ସେୟାର କରି, ସେହି ଛାତ୍ରଛାତ୍ରୀଙ୍କ ଖୁସିକୁ ବଖାଣିବାକୁ ଚେଷ୍ଟା କରିଛନ୍ତି । ଯେଉଁମାନେ ବିଦ୍ୟୁତ‌ ନଥିବାରୁ ଅନ୍‌ଲାଇନ୍‌ କ୍ଲାସ୍‌ରୁ ଛୁଟି ପାଇଛନ୍ତି ।

ଆଉ ଜଣେ ୟୁଜର ବମନ ଇରାନୀଙ୍କ ଫଟୋ ସେୟାର କରି କହିଛନ୍ତି, ମୁମ୍ବାଇରେ ବିଦ୍ୟୁତ୍‌ କାଟ ପାଇଁ ଲୋକ କମ୍ପ୍ଲେନ୍‌ କରୁଛନ୍ତି ହେଲେ ବାଙ୍ଗାଲୋର ପାଇଁ ଏହା ସାଧାରଣ କଥା ।

 

 

Leave a Reply