ପୁଣି ଘୁଞ୍ଚିଲା ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି

Mumbai Cruise Ship Drugs Case High Court Adjourns Aryan Khan's Bail Plea Till Tomorrow

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କ ଜାମିନ ଶୁଣାଣି ସ୍ଥଗିତ ରହିଛି । ଆସନ୍ତାକାଲି ଅର୍ଥାତ ବୁଧବାର କୋର୍ଟ ଏହି ମାମଲାର ଶୁଣାଣି କରିବେ । ଏହି ମାମଲାକୁ ଶାହରୁଖଙ୍କ ପକ୍ଷରୁ ପୂବର୍ତନ ଆଟର୍ଣ୍ଣିଂ ଜେନେରାଲ ମୁକୁଲ ରୋହତଗି ପ୍ରତିନିଧିତ୍ୱ କରୁଛନ୍ତି । ଆଜି ମାମଲାର ଶୁଣାଣି ସମୟରେ ଏନସିବି କହିଥିଲା କି ଯଦି ଆର୍ଯ୍ୟନଙ୍କୁ ଜାମିନ ପ୍ରଦାନ କରାଯାଏ, ତାହାଲେ ସେ ସାକ୍ଷୀ ମାନଙ୍କୁ ପ୍ରଭାବିତ କରିପାରନ୍ତି ।

 Mumbai Cruise Ship Drugs Case High Court Adjourns Aryan Khan's Bail Plea Till Tomorrow

ଏହାର ଜବାବରେ ରୋହତଗି କହିଛନ୍ତି, ଆର୍ଯ୍ୟନଙ୍କ ବିରୋଧରେ ଡ୍ରଗ୍ସ ନେବା, କିଣିବା କିମ୍ବା ବିକ୍ରୟ କରିବାରେ କୌଣସି ମାମଲା ନାହିଁ । ଅରବାଜ ମରଚ୍ଚାଣ୍ଟଙ୍କ ବ୍ୟତୀତ ସେ ଏହି କେସରେ ସମ୍ପୃକ୍ତ ଥିବା କୌଣସି ବ୍ୟକ୍ତିଙ୍କୁ ଜାଣନ୍ତି ନାହିଁ । ସେ ଆହୁରି କହିଛନ୍ତି କି ଏହି ଘଟଣାଟି ଅକ୍ଟୋବର ୨ରୁ ଆରମ୍ଭ ହୋଇଥିଲା । ଆର୍ଯ୍ୟନ କ୍ରୁଜ୍ ପାର୍ଟିର ଗ୍ରାହକ ନଥିଲେ । ସେ ଏଥିରେ ଏକ ବିଶେଷ ଅତିଥି ଭାବରେ ଯୋଗ ଦେଇଥିଲେ ବୋଲି ଆଜି କୋର୍ଟରେ ଯୁକ୍ତି ବାଢ଼ିଥିଲେ ଆର୍ଯ୍ୟନ ଖାନଙ୍କ ଓକିଲ ମୁକୁଲ ରୋହତଗି ।

କ୍ରୁଜ ରେଭ୍ ପାର୍ଟି ଡ୍ରଗସ ମାମଲାରେ ଗତ ୨ ତାରିଖରେ ଗିରଫ ହୋଇଥିଲେ ଆର୍ଯ୍ୟନ । ଗତ ୮ ତାରିଖରୁ ଆର୍ଯ୍ୟନ ଆର୍ଥର ରୋଡ୍ ଜେଲରେ ରହି ଆସୁଛନ୍ତି । ଗତ ୨୦ ତାରିଖରେ ତାଙ୍କ ଆବେଦନ ଦ୍ୱିତୀୟ ଥର ଲାଗି ଖାରଜ ହେବା ପରେ ମାମଲା ହାଇକୋର୍ଟକୁ ଯାଇଥିଲା । ୨୬ରେ ରାୟ ଦେବାକୁ କହିଥିଲେ ହାଇକୋର୍ଟ ।

Leave a Reply