ବୁଡିଗଲା ବୋଟ୍ : ୪୦ ଜଣ ନଖୋଜ, ଉଦ୍ଧାର ଜାରି

ମୁମ୍ଵାଇ : ମୁମ୍ଵାଇ ଉପକୂଳରେ ବଡ଼ ଅଘଟଣ । ଏଲିଫେଣ୍ଟା କେଭସ୍ ଦେଖିବାକୁ ଯିବା ବେଳେ ବୁଡ଼ିଗଲା ବୋଟ୍ । ୬୦ରୁ ଅଧିକ ପର୍ଯ୍ୟଟକ ବୋଟରେ ଥିଲେ । ସ୍ଥାନୀୟ ମତ୍ସ୍ୟଜୀବୀ ଓ କୋଷ୍ଟ ଗାର୍ଡ ସହାୟତାରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଜଣକର ମୃତଦେହ ଉଦ୍ଧାର ହୋଇଥିବା ସୂଚନା । ଅନେକ ଏଯାଏ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା । ୪୦ ଜଣ ନିଖୋଜ ଥିବା ସୂଚନା । ଗେଟ୍ ୱେ ଅଫ୍ ଇଣ୍ଡିଆ ନିକଟରେ ବୋଟ୍ ବୁଡ଼ି ଯାଇଥିଲା । ୨୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।