ଡାକ୍ତରଙ୍କ ସହ ସ୍ୱାସ୍ଥ୍ୟକର୍ମୀ ହେଲେ କରୋନା ପଜିଟିଭ୍,ହସ୍ପିଟାଲର ୧୧ ଜଣ ସଂକ୍ରମିତ

ମୁମ୍ବାଇ: ଦେଶରେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ । ଧିରେ ଧିରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଦେଶର ଅଧିକାଂଶ ଲୋକ ମହାରାଷ୍ଟ୍ର ଓ ଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରର ମୁମ୍ବାଇ ସହରରେ କରୋନା ଏକପ୍ରକାର ତାଣ୍ଡବ ସୃଷ୍ଟି କରିଛି । ମୁମ୍ବାଇରେ କରୋନା ୯୨ଟି ଜୀବନ ନେଇ ସାରିଲାଣି । ଏବଂ ୧୪୦୦ରୁ ଅଧିକ ସଂକ୍ରମିତ ହୋଇଛନ୍ତି ।

 

ଏବେ ମୁମ୍ବାଇର ଭାଟିଆ ହସପିଟାଲରେ ଆଉ ୧୧ ଜଣ କରୋନା ପଜିଟିଭ ଚିହ୍ନଟ କରାଯାଇଛନ୍ତି । କୁହାଯାଉଛି କି ସବୁ ପଜିଟିଭ ମାମଲା ସେହି ହସପିଟାଲର କର୍ମଚାରୀଙ୍କ ଠାରେ ଚିହ୍ନଟ ହୋଇଛି । ପୂର୍ବରୁ ମଧ୍ୟ ଏହି ହସପିଟାଲରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ଏହି ହସପିଟାଲରେ ବର୍ତ୍ତମାନ ସମୁଦାୟ ୨୫ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁସାରେ, ପୂର୍ବରୁ ମୁମ୍ବାଇର ଦୁଇ ହସପିଟାଲ ବାଂକହାର୍ଟ ହସପିଟାଲ ଏବଂ ଜସଲୋକ ହସପିଟାଲକୁ ସିଲ କରିଦିଆଯାଇଛି କାରଣ ସେଠାରେ ଅଧିକାଂଶ ଡାକ୍ତର ଓ ନର୍ସଙ୍କ  କରୋନା ପଜିଟିଭ୍ ଆସିଥିଲେ । ବାଂକହାର୍ଟ ହସପିଟାଲର ୨୬ ଜଣ ନର୍ସ , ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏବଂ ଜସଲୋକ ହସପିଟାଲରେ ୧୦ଜଣ କରୋନା ପଜିଟିଭ୍ ଆସିଥିଲେ ଯେଉଁଥିରେ ୬ଜଣ ନର୍ସ ସାମିଲ ଥିଲେ । ଆପଣଙ୍କୁ କହି ରଖୁଛୁ ଯେ, ମହାରାଷ୍ଟ୍ରର ସବୁ ଅଧିକ ସଂକ୍ରମିତ ଜିଲ୍ଲା ଭାବେ ମୁମ୍ବାଇ, ପୁନେ ଓ ଠାନକୁ ଚିହ୍ନଟ କରାଯାଇଛି । ମହାରାଷ୍ଟ୍ରରେ ସଂକ୍ରମିତ ସଂଖ୍ୟା ସବୁଠୁ ଅଧିକ ଆସିଛି ଏବଂ ଏଠାରେ ସଂକ୍ରମିତଙ୍କ ସଂଖ୍ୟା  ୨୧୦୦ ଟପି ସାରିଛି । ରାଜ୍ୟରେ ସବୁଠୁ ଅଧିକ ୧୪୯ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।

Leave a Reply