ଆଜି ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ହେବ ଅନ୍ତିମ ସଂସ୍କାର

ଲକ୍ଷ୍ନୗେ: ଆଜି ପଞ୍ଚଭୂତରେ ଲୀନ ହେବେ ଗରିବଙ୍କ ଗଡ ଫାଦର ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ। ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମଙ୍କ ଆଜି ହେବେ ଶେଷକୃତ୍ୟ । ଉତ୍ତର ପ୍ରେଦଶ ସେଫାଇରେ ହେବ ଅନ୍ତିମ ସଂସ୍କାର । ୮୨ ବର୍ଷ ବୟସରେ ଗତକାଲି ଆଖି ବୁଜିଥିଲେ ମୁଲାୟମ ।

ରାମ ମନୋହର ଲୋହିୟା ଓ ରାଜ ନାରାୟଣଙ୍କ ସମାଜବାଦୀ ଆଦର୍ଶରେ ଅନୁପ୍ରାଣୀତ ମୁଲାୟମ ପ୍ରତିଷ୍ଠା କରିଥିଲେ ସମାଜବାଦୀ ପାର୍ଟି। ଦଳରେ ସବୁବର୍ଗ, ସବୁ ଧର୍ମର ପ୍ରତିନିଧିତ୍ବକୁ ଦେଇଥିଲେ ଗୁରୁତ୍ବ । ୧୦ ଥର ବିଧାୟକ, ୭ ଥର ସାଂସଦ ଓ ୩ ଥର ମୁଖ୍ୟମନ୍ତ୍ରୀ ଓ ଥରେ କେନ୍ଦ୍ରମନ୍ତ୍ରୀ ହୋଇ ପ୍ରତିପାଦିତ କରିଥିଲେ ନିଜର ରାଜନୈତିକ ଦକ୍ଷତା । ମୁଲାୟମଙ୍କ ବିୟୋଗରେ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳରେ ଶୋକ ପ୍ରକାଶ ପାଇଥିଲା। ଉତ୍ତରପ୍ରଦେଶରେ ୩ଦିନିଆ ଶୋକ ଘୋଷଣା କରାଯାଇଛି।