spot_img

Latest Posts

ପଞ୍ଚଭୂତରେ ଲୀନ ହେଲେ ୟୁପିର ନେତାଜୀ ମୁଲାୟମ ସିଂ ଯାଦବ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ସଂସ୍ଥାପକ ଧରତୀପୁତ୍ର ମୁଲାୟମ ସିଂ ଯାଦବ ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି । ଜନ୍ମସ୍ଥାନ ସୈଫଇରେ ଯାଦବ ପରିବାରର କୋଠିଠାରୁ ପ୍ରାୟ ୫୦୦ ମିଟର ଦୂର ମେଲା ପଡ଼ିଆରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତତା ପୁଅ ଅଖିଳେଶ ଯାଦବ ତାଙ୍କୁ ମୁଖାଗ୍ନି ଦେଇଥିଲେ ।

ଅନ୍ତିମ ସଂସ୍କାର ସମୟରେ ପ୍ରଶଂସକଙ୍କ ଲୁହରେ ଭିଜିଥିଲା ପଡ଼ିଆ । ନେତାଜୀ ଅମର ରହେ ନାରାରେ ପ୍ରକମ୍ପିତ ହୋଇଥିଲା ସୈଫଇ । ଏହା ପୂର୍ବରୁ ରାଷ୍ଟ୍ରୀୟ ସମ୍ମାନ ସହ ତ୍ରିରଙ୍ଗାରେ ଘୋଡ଼ାଯାଇ ତାଙ୍କ ପାର୍ଥିବ ଶରୀରକୁ ମନ୍ତ୍ରୋଚାର ମଧ୍ୟରେ ବୈଦିକ ରୀତିନୀତିରେ ସ୍ନାନ କରାଯାଇଥିଲା । ଚନ୍ଦନ ଚିତାରେ ଶୋଇଥିବା ନେତାଜୀଙ୍କ ଅନ୍ତିମ ଦର୍ଶନ ପାଇଁ ପ୍ରାୟ ଦେଢ ଲକ୍ଷରୁ ଅଧିକ ଲୋକ ସୈଫଇରେ ପହଞ୍ଚିଥିଲେ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ, ମନ୍ତ୍ରୀ ଜିତିନ ପ୍ରସାଦ, ଅସିମ ଅରୁଣ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ରାଓ, ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆଦି ସୈଫଇର ଲାଲଙ୍କୁ ଅନ୍ତିମ ବିଦାୟ ଦେଇଥିଲେ ।

ଏହା ପୂର୍ବରୁ ମୁଲାୟମଙ୍କ ଅନ୍ତିମ ଦର୍ଶନ ପାଇଁ ଗୋଟିଏ ପଟେ ଲକ୍ଷାଧିକ ଲୋକଙ୍କ ଭିଡ ଜମି ଥିବା ବେଳେ ଅନ୍ୟପଟେ ସମଗ୍ର ଦେଶର ଭିଆଇପି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ସୈଫଇ ପହଞ୍ଚିଥିଲେ। ସକାଳୁ ହିଁ ଅନ୍ତିମ ଦର୍ଶନ ଆରମ୍ଭ ହୋଇଥିଲା, ଯାହା ଅପରାହ୍ନ ୩ଟା ଯାଏଁ ଜାରି ରହିଥିଲା ।

ପୋଲିସ ବ୍ୟାପକ ସୁରକ୍ଷା ବଳ ମୁତୟନ କରିଥିଲେ ହେଁ, ଭିଡ ଏତେ ମାତ୍ରାରେ ଥିଲା ଯେ, ସମ୍ଭାଳିବା ବହୁତ ମୁସ୍କିଲ ଥିଲା। ସୈଫଇକୁ ସଂଯୋଗ କରୁଥିବା ସମସ୍ତ ମାର୍ଗ ଠପ୍ ହୋଇ ଯାଇଥିଲା । ସୂଚନାଥାଉକି ଗତକାଲି ଅର୍ଥାତ ସୋମବାର ସକାଳେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ୮୨ ବର୍ଷ ବୟସରେ ମୁଲାୟମ ସିଂ ଯାଦବ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

Latest Posts

Don't Miss