ଜନ୍ମସ୍ଥାନ ସୈଫଇରେ ହେବ ଅନ୍ତିମ ସଂସ୍କାର, ୟୁପିରେ ୩ଦିନିଆ ରାଜକୀୟ ଶୋକ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଆଜି ସକାଳେ ପରଲୋକ ଘଟିଛି । ୮୨ ବର୍ଷ ବୟସରେ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଦେଶ ଏକ ବିଶିଷ୍ଟ ନେତାଙ୍କୁ ହରାଇଛି ।

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ରାଜ୍ୟରେ ୩ଦିନିଆ ରାଜକୀୟ ଶୋକ ଘୋଷଣା । ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ କରାଯିବ ବୋଲି ସେ କହିଛନ୍ତି । ଆସନ୍ତାକାଲି ଜନ୍ମସ୍ଥାନ ସୈଫଇରେ ମୁଲାୟମଙ୍କ ଅନ୍ତିମ ସଂସ୍କାର କରାଯିବ । ତାଙ୍କ ପ୍ରାର୍ଥିବ ଶରୀର ମେଦାନ୍ତା ହସ୍ପିଟାଲରୁ ଯମୁନା ଏକ୍ସପ୍ରେସୱେ ଏବଂ ଆଗରା ଲକ୍ଷ୍ନୌ ଏକ୍ସପ୍ରେସ ଦେଇ କରହଲ କଟରୁ ସୈଫଇ ଅଭିମୁଖେ ଯିବ । ଆସନ୍ତା କାଲି ଅପରାହ୍ନ ୩ ଟାରେ ସୈଫଇରେ ଅନ୍ତିମସଂସ୍କାର ହେବ ।