କୋର୍ଟ ରୁମ ପରିସରରେ ମୁଖତାର ଅଂସାରୀର ସହଯୋଗୀକୁ ଗୁଳି କରି ହତ୍ୟା

ଉତ୍ତରପ୍ରଦେଶରେ ପୁଣି ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ । ଲକ୍ଷ୍ନୌର ଏକ କୋର୍ଟ ରୂମ ପରିସରରେ ଗ୍ୟାଙ୍ଗଷ୍ଟାର ସଞ୍ଜିବ ଜୀଭାଙ୍କୁ ଗୁଳି କରି ହତ୍ୟା । ଜଣେ ଦୁର୍ବୁତ୍ତ ସଞ୍ଜିବଙ୍ଗ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ବୁତ୍ତ ଜଣକ ଓକିଲ ବେଶରେ ଆସି ଗୁଳି ମାଡ଼ କରିଥିବା ଜଣାପଡ଼ିଛି । ଏଥିସହ ଗୁଳି ମାଡ଼ରେ ଜଣେ ଝିଅ ଓ ଜଣେ ପୋଲିସ କର୍ମଚାରୀ ମଧ୍ୟ ଗୁରୁତର ହୋଇଛନ୍ତି । ଏକ ମାମଲାରେ ଶୁଣାଣି ହେବାକୁ ଥିବା ବେଳେ କୋର୍ଟରେ ହାଜର ହୋଇଥିଲା ସଞ୍ଜିବ । ଡନ୍‌ ମୁଖତାର ଅନସାରୀର ପାଖ ଲୋକ ଥିଲା ସଞ୍ଜିବ ଜିଭା ।

ଜଣେ ବିଜେପି ନେତା ବ୍ରହ୍ମ ଦତ୍ତଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ସଞ୍ଜୀବ । ଏଥିସହିତ ସେ ଅନ୍ୟ ମାମଲାରେ ମଧ୍ୟ ଅଭିଯୁକ୍ତ ଥିଲା । ଘଟଣାସ୍ଥଲରେ ଏବେ ବିପୁଳମାତ୍ରାରେ ପୋଲିସ ମୁତୟନ ରହିଛନ୍ତି । ସଞ୍ଜିବ ଜୀବା ପଶ୍ଚିମୀ ୟୁପିର ମୁଜଫରନଗରର ନିବାସୀ ଥିଲା । ମୁଖତାରର ସୁଟର ଭାବେ କାମ କରୁଥିଲା ସଞ୍ଜିବ । ସଞ୍ଜିବ ୟୁପିର ଲକ୍ଷ୍ନୌ ଜେଲରେ ବନ୍ଦୀ ଥିଲା । ଆଜି ଏକ ମାମଲାରେ କୋର୍ଟରେ ହାଜର ହେବାକୁ ତାକୁ ପୋଲିସ ଆଣିଥିଲା । ଆଉ ଏହି ସମୟରେ ତାକୁ ଗୁଳି କରି ହତ୍ୟା କରାଯାଇଛି ।