spot_img

Latest Posts

ମୁକେଶ ଖନ୍ନାଙ୍କୁ ଅଫର ହୋଇଥିଲା ଏକତାଙ୍କ ମହାଭାରତରେ ରୋଲ୍, ଏହି କାରଣ ପାଇଁ କରିଥିଲେ ରିଜେକ୍ଟ

ମୁମ୍ବାଇ: ମୁକେଶ ଖନ୍ନାଙ୍କ ଅଭିନୀତ ଶକ୍ତିମାନ ଏବେ ପୁଣି ଟେଲିକାଷ୍ଟ ହେଉଛି । ଏହି ଶୋ’ ବୟସ୍କ ଲୋକଙ୍କଠାରୁ ଆରମ୍ଭ କରି ପିଲାଛୁଆ ସମସ୍ତେ ଦେଖିବାକୁ ଭଲ ପାଆନ୍ତି ।ତେବେ ନିକଟରେ ଅଭିନେତା ମୁକେଶ ଖନ୍ନା ଏକ ସାକ୍ଷାତକାରରେ ଏକତା କପୁରଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ, ମହାଭାରତ ଭଳି ଆଇକନିକ୍ ଶୋ’ ତିଆରି କରି ଏକତା ଏହାର ସତ୍ୟାନାଶ କରିଥିଲେ ।  ମୁକେଶଙ୍କର ଏଭଳି କଥା ପଛରେ ନିହାତି  କାରଣ ରହିଛି । ତେବେ ଗୋଟିଏ କଥା ଶୁଣିଲେ ଆପଣ  ଆଶ୍ଟର୍ଯ୍ୟ ହେବେ ଯେ, ଏକତା ତାଙ୍କ ଶୋ ମହାଭାରତରେ ମୁକେଶ ଖାନ୍ନାଙ୍କୁ ଏକ ଭୂମିକା ଅଫର କରିଥିଲେ। ଯାହାକୁ ପିତାମାହ ରିଜେକ୍ଟ କରିଥିଲେ ।

ଏକତାଙ୍କ ରୋଲ୍ ଅଫର ଉପରୁ ପରଦା ହଟାଇଛନ୍ତି ଖୋଦ ମୁକେଶ ।   ମୁକେଶ ଖନ୍ନା କହିଛନ୍ତି ଯେ, ଏକତା ତାଙ୍କୁ ନିଜ ମହାଭାରତର ଏକ ଭୂମିକା ପାଇଁ ଅଫର କରିଥିଲେ । କିନ୍ତୁ ସେ ଏହା କରିବାକୁ ମନା କରିଦେଇଥିଲେ। ବି.ଆର ଚୋପ୍ରାଙ୍କ ମହାଭାରତରେ ଭୀଷ୍ମ ପିତାମାହଙ୍କ ଭୂମିକାରେ ଅଭିନୟ କରିଥିବା ମୁକେଶ ଖନ୍ନାଙ୍କ ଅନୁସାରେ,ଏକତା କପୁର ପ୍ରଡକ୍ସନ ହାଉସରୁ ତାଙ୍କୁ କାମ କରିବା ପାଇଁ କଲ ଆସିଥିଲା । ଏକତା ତାଙ୍କୁ ଶାନ୍ତନୁଙ୍କ ଭୂମିକା ଅଫର କରିଥିଲେ ।

ଏନେଇ ମୁକେଶ ତାଙ୍କୁ କହିଥିଲେ ଯେ, ଭୀଷ୍ମ ଭୂମିକାରେ ଅଭିନୟ କରିବା ପରେ ସେ ଶାନ୍ତନୁଙ୍କ ଚରିତ୍ରରେ ଅଭିନୟ କରିବେ ବୋଲି ସେମାନେ କେମିତି ଭାବିଲେ । ଏକତା କପୁର ମହାଭାରତକୁ ସମାଲୋଚନା କାହିଁକି ସେ କରିଥିଲେ ? ଏହି ପ୍ରଶ୍ନର ଉତ୍ତରରେ ସେ  କହିଛନ୍ତି ଯେ,  ଏକତା ଡେଲି ସୋପ୍ କଳାକାରଙ୍କୁ ନେଇ ମହାଭାରତ ତିଆରି କରିଥିଲେ । ସେମାନେ ସବୁ ଟାଟୁ ଏବଂ ସିକ୍ସ ପ୍ୟାକ୍ ଦେଖାଉଥିଲେ । ମହାଭାରତ କୌଣସି ଖେଳ ନୁହେଁ । ତେବେ ଏହି ସବୁ ପାଇଁ ଏକତା ତାଙ୍କ ଉପରେ ନିହାତି ରାଗିବେ କାରଣ ସେ ତାଙ୍କ କଣ୍ଟେଟ୍ କୁ ନେଇ ଅନେକ କଥା କହିଛନ୍ତି । ମୁକେଶ ଏହା ମଧ୍ୟ କହିଛନ୍ତି ଯେ, ଏକତା ନିଜ ଶୋ’ରେ ମହିଳାମାନଙ୍କୁ ଯେମିତି ଦେଖାନ୍ତି ତାହାକୁ ସେ ଜମା ପସନ୍ଦ କରନ୍ତି ନାହିଁ ।

ମୁକେଶ ଖନ୍ନା ଏହା ମଧ୍ୟ କହିଛନ୍ତି ଯେ, ଏକତା ଭୀଷ୍ମଙ୍କ ଭୂମିକା ପାଇଁ ରୋନିତ୍ ରୟଙ୍କୁ ବାଛିଥିଲେ । ସେମାନେ ସିକ୍ସ ପ୍ୟାକ୍ ଦେଖାଉଥିଲେ । ଦ୍ରୌପଦୀ ଏବଂ ଅନ୍ୟାନ୍ୟ ମହିଳା ଭୂମିକା ପାଇଁ ସେ ଲୋକପ୍ରିୟ ଅଭିନେତ୍ରୀଙ୍କୁ ଚୟନ କରିଥିଲେ । ଭୀଷ୍ମ ଭୂମିକାରେ ଅଭିନୟ କରିବା ପୂର୍ବରୁ ସେ ୧୫ଟି ଫିଲ୍ମ କରିଥିଲେ। ଦାଢି ଓ ନିଶ ସହ ସେ ଅଡିସନ ଦେଇଥିଲେ । ତା’ପରେ ଅଡିସନରେ ସେ ସିଲେକ୍ଟ ହୋଇଥିଲେ । ଏକତା ମହାଭାରତର ସତ୍ୟନାସ କରିଦେଇଥିଲେ ବୋଲି କହିଛନ୍ତି ମୁକେଶ ।

ଏହାପୂର୍ବରୁ ଏକ ସାକ୍ଷାତକାରରେ ମୁକେଶ ଖାନ୍ନା ଶକ୍ତିମ୍ୟାନର ସିକ୍ୱେଲ ବିଷୟରେ କହିଥିଲେ। ସେ କହିଥିଲେ- ଶକ୍ତିମାନର ରିମେକ ପାଇଁ ସେ ଯୋଜନା କରୁଛନ୍ତି ।  କରୋନା ପାଇଁ ସେ ଏହି ବିଷୟରେ ଏବେ ଘୋଷଣା କରୁ ନାହାନ୍ତି । ତେବେ ସେହି କରୋନା ପାଇଁ ଲକଡାଉନ୍ ଯୋଗୁଁ ଶକ୍ତିମାନ ଟିଭିରେ ପୁଣି ଟେଲିକାଷ୍ଟ ହେଉଛି । ଏହା ତାଙ୍କ ପାଇଁ କୌଣସି ଚମତ୍କାରରୁ କମ ନୁହେଁ । ଏହା ସହ ମୁକେଶ କହିଛନ୍ତି ଯେ, ଶକ୍ତିମାନର ନୂଆ ଭର୍ସନ ଏକତା କପୁରଙ୍କ ମହାଭାରତ ଭଳି ହେବ ନାହିଁ  ।

 

 

 

 

 

 

 

Latest Posts

Don't Miss