କରୋନା ପ୍ରଭାବ: କୋଟିପତି ତାଲିକାର ୧୩ତମ ସ୍ଥାନରୁ ୨୧କୁ ଖସିଲେ ଅମ୍ବାନୀ

1 min read

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ସାରା ବିଶ୍ଵ ଏବେ ଚିନ୍ତିତ। ଧନୀ ଗରିବ କେହି ଏହାର କବଳରୁ ବଞ୍ଚି ପାରୁନାହାନ୍ତି। ଗୁରୁବାର ଦିନ ପ୍ରକାଶିତ ଫୋର୍ବସ୍ ୨୦୨୦ ତାଲିକା ଅନୁଯାୟୀ, ୧୮ ମାର୍ଚ୍ଚରେ ଏହି ତାଲିକା ଚୂଡ଼ାନ୍ତ ରିପୋର୍ଟରେ ସାରା ବିଶ୍ୱରେ ୨୦୯୫ ଜଣ କୋଟିପତି ଥିଲେ। ପୂର୍ବ ବର୍ଷ ସହ ତୁଳନା କଲେ  ଏ ବର୍ଷର ତାଲିକାରେ ୫୮ ଜଣ କମ୍ ସଦସ୍ୟ ଅଛନ୍ତି। ୧୨ ଦିନ ପୂର୍ବରୁ ଯେତେବେଳେ ତାଲିକା ପ୍ରସ୍ତୁତ କରିବା ଆରମ୍ଭ ହୋଇଥିଲା ସେବେଠୁ ଆଜି ପର୍ଯ୍ୟନ୍ତ ୨୨୬ ଜଣ ତାଲିକାରେ ଅନ୍ତର୍ଭୁକ୍ତ ନାହାନ୍ତି। ଅର୍ଥାତ୍ ୧୨ ଦିନ ମଧ୍ୟରେ ୨୨୬ କୋଟିପତି ଙ୍କ ସମ୍ପତ୍ତି ଏତେ ମାତ୍ରାରେ ହ୍ରାସ ପାଇଲା ଯେ ସେମାନେ ଫୋର୍ବସ୍ ତାଲିକାରୁ ବାଦ ପଡିଥିଲେ |

ଏହି ତାଲିକାରୁ ଏହା ମଧ୍ୟ ଜଣାପଡିଛି ଯେ ଏଥର ୨୦୯୫ କୋଟିପତିଙ୍କ ମଧ୍ୟରୁ ୫୧% (୧୦୬୨) ଜଣଙ୍କର ସମ୍ପତି ହ୍ରାସ ପାଇଛି। ବର୍ତ୍ତମାନ, କୋଟିପତିଙ୍କ ର ମୋଟ ସମ୍ପତ୍ତି ହେଉଛି ୮ ଟ୍ରିଲିୟନ ଡଲାର | ୨୦୧୯ ବର୍ଷ ତୁଳନାରେ ଏହା ୭୦୦ ବିଲିୟନ ଡଲାର କମ୍ ଅଟେ | ତେବେ ଜାଣନ୍ତୁ ବିଶ୍ଵ ଏବଂ ଦେଶର ଶୀର୍ଷ ଶିଳ୍ପପତିଙ୍କ କଣ ରହିଛି ଅବସ୍ଥା…

ଜେଫ୍ ବେଜୋସ୍ ଙ୍କ ସମ୍ପତ୍ତିରେ ହ୍ରାସ –


କ୍ରମାଗତ ତୃତୀୟ ବର୍ଷ ପାଇଁ ଆମାଜନର ସିଇଓ ସମ୍ପତି ତାଲିକାରେ ଶୀର୍ଷରେ ଆସିଛନ୍ତି। କିନ୍ତୁ ତାଙ୍କ ସମ୍ପତ୍ତି ୧୮ ବିଲିୟନ ଡଲାର ହ୍ରାସ ପାଇଛି। ଚଳିତ ବର୍ଷ ସେ ପତ୍ନୀ ମ୍ୟାଙ୍କେଜୀଙ୍କୁ ୩୬ ବିଲିୟନ ଡଲାର ଦେଇ ଛାଡପତ୍ର ଦେଇଛନ୍ତି। ତାଙ୍କ ପତ୍ନୀ ବର୍ତ୍ତମାନ ଏହି ତାଲିକାରେ ୨୨ ନମ୍ବରରେ ଅଛନ୍ତି।

ବିଲ୍ ଗେଟ୍ସ:

ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଦୁଇ ନମ୍ବରରେ ଅଛନ୍ତି। ତେବେ ତାଙ୍କର ସମ୍ପତ୍ତି ୯୬.୫ ବିଲିୟନ ଡଲାରରୁ ୯୮ ବିଲିୟନ ଡଲାରକୁ ବୃଦ୍ଧି ପାଇଛି।

 ବର୍ଣ୍ଣାର୍ଡ ଅର୍ନାଲ୍ଟ

ଗତବର୍ଷ ଚତୁର୍ଥ ସ୍ଥାନ ପାଇଥିବା ବର୍ଣ୍ଣାର୍ଡ  ଚତୁର୍ଥ ସ୍ଥାନରେ ରହିଛନ୍ତି। ତାଙ୍କର ଧନ ହ୍ରାସ କିମ୍ବା ବୃଦ୍ଧି ପାଇଲା ନାହିଁ |

ମୁକେଶ ଅମ୍ବାନୀ: ସମ୍ପତ୍ତିରେ ହ୍ରାସ |

ଗତ ବର୍ଷ ୫୦ ବିଲିୟନ ଡଲାର ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଏମ୍ ଡି ୧୩ ତମ ସ୍ଥାନରେ ରହିଥିଲେ। ଜିଓ ର ସଫଳତା ସତ୍ତ୍ୱେ କରୋନା କାରଣରୁ ତାଙ୍କର ସମ୍ପତ୍ତି ୫.୬ ବିଲିୟନ ଡ଼ଲାର ହ୍ରାସ ପାଇଛି |

ରାଧାକୃଷ୍ଣ ଦାମନୀ:


ଦେମାର୍ଟର ଆଇପିଓ ଲଞ୍ଚ କରିବା ପରେ ରାଧାକୃଷ୍ଣ ଦାମନୀଙ୍କୁ ଦେଶର ରିଟେଲ କିଂ କୁହାଯାଏ। ଗତ ବର୍ଷ ଏହା ୧୧.୧ ବିଲିୟନ ଡ଼ଲାର ସହିତ ୧୨୨ ତମ ସ୍ଥାନରେ ଥିଲେ | ତେବେ ତାଙ୍କର ପଦ ଓ ଧନ ବୃଦ୍ଧି ପାଇଛି ।

ଶିବ ନାଦର:

 

ଏହି ତାଲିକାରେ ତୃତୀୟ ଭାରତୀୟ ଶିବ ନାଦର ଗତ ୧୪.୬ ବିଲିୟନ ଡଲାର ସମ୍ପତ୍ତି ସହିତ ୮୨ ତମ ସ୍ଥାନରେ ରହିଥିଲେ। ଏଥର ତାଙ୍କର ସମ୍ପତ୍ତି ହ୍ରାସ ପାଇଥିବାବେଳେ ପଦବୀ ମଧ୍ୟ ହ୍ରାସ ପାଇଛି।

Leave a Reply