କ୍ରିକେଟ୍ ବିଶ୍ୱକପରେ ହମାସ ସମର୍ଥନରେ ବାହାରିଲେ ଏହି ପାକିସ୍ତାନ ଖେଳାଳି

1 min read

ହାଇଦ୍ରାବାଦ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଯୁଦ୍ଧରେ ଯାଇଛି ଅନେକଙ୍କ ଜୀବନ । ଯାହାକି ଏବେ ବିଶ୍ବରେ ଏକ ପ୍ରକାର ହାହାକାର ଖବର ପାଲଟିଛି । ଏହାରି ଭିତରେ ପାକିସ୍ତାନୀ କ୍ରିକେଟର ହମାସ ସମର୍ଥନରେ ଏକ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ବିଶ୍ବକପରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ପାକିସ୍ତାନର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ଏକ ଶତକୀୟ ପାଳି ଖେଳିଥିଲେ । ତେବେ ଏହି ଶତକ ସହ ପାକିସ୍ତାନ ବଡ଼ ସ୍କୋରକୁ ପିଛା କରି ବିଜୟୀ ହୋଇଥିଲା । ତେବେ ରିଜଓ୍ବାନ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ସେ ଏହି ପୋଷ୍ଟରେ ଗାଜାକୁ ନେଇ ଲେଖିଛନ୍ତି । ସେ କହିଛନ୍ତି କି, ମୋର ଏହି ଶତକ ଗାଜାରେ ଥିବା ମୋର ଶହ ଶହ ଭାଇ ଓ ଭଉଣୀଙ୍କ ପାଇଁ । ଏହି ବିଜୟରେ ଯୋଗ ଦେଇ ମୁଁ ବହୁତ ଖୁସି । ଏହି ବିଜୟର ସମସ୍ତ ଶ୍ରେୟ ପୁରା ଟିମ ସହ ଅବଦୁଲ୍ଲା ଏବଂ ହାସନ ଅଲ୍ଲିଙ୍କ ମଧ୍ୟ ଯାଉଛି ।

ଇସ୍ରାଏଲ ଏବଂ ପାଲେଣ୍ଟାଇନ ଯୁଦ୍ଧ ଘମାଘୋଟ ହୋଇଛି । ଗତ ସପ୍ତାହରେ ହମାସ ଉପରେ ଆକ୍ରମଣ କରିଥିବା ବେଳେ ଇସ୍ରାଏଲର ୯ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଏହାର ଜବାବ ଦେଇଛି ଇସ୍ରାଏଲ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଆଇସିସିର ଇଭେଣ୍ଟ ମଧ୍ୟରେ କୌଣସି ରାଜନୈତିକ ବୟାନ ଦେଇ ହେବ ନାହିଁ । ଆଇସିସି ପକ୍ଷରୁ ଏଭଳି ନିୟମ ରହିଥିବାବେଳେ ଗାଜା ସମ୍ପର୍କରେ ରିଜଓ୍ବାନ କିଭଳି ପୋଷ୍ଟ କଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଉଛି । କ୍ରିକେଟ ପ୍ରେମୀମାନେ ତାଙ୍କ ବିରୋଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରାଯାଇଛି । ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ମୋଇନ ଅଲ୍ଲିଙ୍କ ବିରୋଧରେ ଆଇସିସି ଆକ୍ସନ ନେଇଥିଲା ।

୨୦୧୯ ବିଶ୍ବକପ ସମୟରେ ଧୋନୀ ଭାରତୀୟ ସେନାଙ୍କୁ ସପୋର୍ଟ କରି ଏକ ସ୍ପେଶାଲ ଲୋଗୋଥିବା ଗ୍ଲୋବ୍ସ ପିନ୍ଧି ମଇଦାନକୁ ଓହ୍ଲାଇଥିଲେ । ଏହି ଗ୍ଲୋବ୍ସରେ ଭାରତୀୟ ସେନାର ବଳିଦାନ ଛବି ରହିଥିଲା । ଯାହାକୁ ନେଇ ଆଇସିସି ଆକ୍ସନ ନେଇଥିଲା । ଏହି ବ୍ୟାଚକୁ ଓହ୍ଲାଇବା ପାଇଁ ଆଇସିସି ନିର୍ଦ୍ଦେଶ ଦେଇଥିଲା । ଯାହାକୁ ନେଇ ଏବେ ମନେ ପକାଇ ଦେଇଛନ୍ତି ଫ୍ୟାନ୍ସ । କୌଣସି ରାଜନୈତିକ ବୟାନ କିମ୍ବା ସପୋର୍ଟ କଲା ଭଳି ପୋଷ୍ଟ କରିବା ଉପରେ କଟକଣା ରହିଥିବାବେଳେ କିଭଳି ସେ ଏହି ପୋଷ୍ଟ କଲେ ତାକୁ ନେଇ ଫ୍ୟାନ୍ସମାନେ ପ୍ରଶ୍ନ ଉଠାଇଛନ୍ତି ।

ସେପଟେ ୨୦୧୪ ମସିହାରେ ସାଉଥ ଆଫ୍ରିକାର ଅଲଣାଉଣ୍ଡ ମୋଇନ ଅଲ୍ଲି ଭାରତ ବିପକ୍ଷ ମ୍ୟାଚରେ ଏକ ସେଭ୍ ଗାଜା ଏବଂ ଫ୍ରି ଫିଲିଷ୍ଟିନ ଲେଖାଥିବା ଏକ ରିଷ୍ଟ ବ୍ୟାଣ୍ଡ ପିନ୍ଧିଥିଲେ । ତେବେ ଆଇସିସି ତାଙ୍କୁ ତାଗିଦ କରିଥିଲା । ଏଭଳି ଆଗକୁ ପିନ୍ଧିଲେ ମ୍ୟାଚରୁ ବ୍ୟାନ କରିବା ଭଳି ଚେତାବନି ଦେବା ପରେ ସେ ରିଷ୍ଟ ବ୍ୟାଣ୍ଡ କାଢ଼ିବା ପାଇଁ ବାଧ୍ୟ ହୋଇଥିଲେ । ଅନ୍ୟପଟେ ରିଜଓ୍ବାନ ଆଉ ଏକ ପୋଷ୍ଟରେ ହାଇଦ୍ରାବାଦବାସୀଙ୍କ ଆତିଥ୍ୟକୁ ପ୍ରଂଶସା କରିଥିବା ଦେଖିବାକୁ ମିଳିଛି ।