କ୍ରିକେଟ୍ ବିଶ୍ୱକପରେ ହମାସ ସମର୍ଥନରେ ବାହାରିଲେ ଏହି ପାକିସ୍ତାନ ଖେଳାଳି
1 min readହାଇଦ୍ରାବାଦ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଯୁଦ୍ଧରେ ଯାଇଛି ଅନେକଙ୍କ ଜୀବନ । ଯାହାକି ଏବେ ବିଶ୍ବରେ ଏକ ପ୍ରକାର ହାହାକାର ଖବର ପାଲଟିଛି । ଏହାରି ଭିତରେ ପାକିସ୍ତାନୀ କ୍ରିକେଟର ହମାସ ସମର୍ଥନରେ ଏକ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ବିଶ୍ବକପରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ପାକିସ୍ତାନର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ଏକ ଶତକୀୟ ପାଳି ଖେଳିଥିଲେ । ତେବେ ଏହି ଶତକ ସହ ପାକିସ୍ତାନ ବଡ଼ ସ୍କୋରକୁ ପିଛା କରି ବିଜୟୀ ହୋଇଥିଲା । ତେବେ ରିଜଓ୍ବାନ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ସେ ଏହି ପୋଷ୍ଟରେ ଗାଜାକୁ ନେଇ ଲେଖିଛନ୍ତି । ସେ କହିଛନ୍ତି କି, ମୋର ଏହି ଶତକ ଗାଜାରେ ଥିବା ମୋର ଶହ ଶହ ଭାଇ ଓ ଭଉଣୀଙ୍କ ପାଇଁ । ଏହି ବିଜୟରେ ଯୋଗ ଦେଇ ମୁଁ ବହୁତ ଖୁସି । ଏହି ବିଜୟର ସମସ୍ତ ଶ୍ରେୟ ପୁରା ଟିମ ସହ ଅବଦୁଲ୍ଲା ଏବଂ ହାସନ ଅଲ୍ଲିଙ୍କ ମଧ୍ୟ ଯାଉଛି ।
This was for our brothers and sisters in Gaza. ??
Happy to contribute in the win. Credits to the whole team and especially Abdullah Shafique and Hassan Ali for making it easier.
Extremely grateful to the people of Hyderabad for the amazing hospitality and support throughout.
— Muhammad Rizwan (@iMRizwanPak) October 11, 2023
ଇସ୍ରାଏଲ ଏବଂ ପାଲେଣ୍ଟାଇନ ଯୁଦ୍ଧ ଘମାଘୋଟ ହୋଇଛି । ଗତ ସପ୍ତାହରେ ହମାସ ଉପରେ ଆକ୍ରମଣ କରିଥିବା ବେଳେ ଇସ୍ରାଏଲର ୯ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଏହାର ଜବାବ ଦେଇଛି ଇସ୍ରାଏଲ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଆଇସିସିର ଇଭେଣ୍ଟ ମଧ୍ୟରେ କୌଣସି ରାଜନୈତିକ ବୟାନ ଦେଇ ହେବ ନାହିଁ । ଆଇସିସି ପକ୍ଷରୁ ଏଭଳି ନିୟମ ରହିଥିବାବେଳେ ଗାଜା ସମ୍ପର୍କରେ ରିଜଓ୍ବାନ କିଭଳି ପୋଷ୍ଟ କଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଉଛି । କ୍ରିକେଟ ପ୍ରେମୀମାନେ ତାଙ୍କ ବିରୋଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରାଯାଇଛି । ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ମୋଇନ ଅଲ୍ଲିଙ୍କ ବିରୋଧରେ ଆଇସିସି ଆକ୍ସନ ନେଇଥିଲା ।
୨୦୧୯ ବିଶ୍ବକପ ସମୟରେ ଧୋନୀ ଭାରତୀୟ ସେନାଙ୍କୁ ସପୋର୍ଟ କରି ଏକ ସ୍ପେଶାଲ ଲୋଗୋଥିବା ଗ୍ଲୋବ୍ସ ପିନ୍ଧି ମଇଦାନକୁ ଓହ୍ଲାଇଥିଲେ । ଏହି ଗ୍ଲୋବ୍ସରେ ଭାରତୀୟ ସେନାର ବଳିଦାନ ଛବି ରହିଥିଲା । ଯାହାକୁ ନେଇ ଆଇସିସି ଆକ୍ସନ ନେଇଥିଲା । ଏହି ବ୍ୟାଚକୁ ଓହ୍ଲାଇବା ପାଇଁ ଆଇସିସି ନିର୍ଦ୍ଦେଶ ଦେଇଥିଲା । ଯାହାକୁ ନେଇ ଏବେ ମନେ ପକାଇ ଦେଇଛନ୍ତି ଫ୍ୟାନ୍ସ । କୌଣସି ରାଜନୈତିକ ବୟାନ କିମ୍ବା ସପୋର୍ଟ କଲା ଭଳି ପୋଷ୍ଟ କରିବା ଉପରେ କଟକଣା ରହିଥିବାବେଳେ କିଭଳି ସେ ଏହି ପୋଷ୍ଟ କଲେ ତାକୁ ନେଇ ଫ୍ୟାନ୍ସମାନେ ପ୍ରଶ୍ନ ଉଠାଇଛନ୍ତି ।
ସେପଟେ ୨୦୧୪ ମସିହାରେ ସାଉଥ ଆଫ୍ରିକାର ଅଲଣାଉଣ୍ଡ ମୋଇନ ଅଲ୍ଲି ଭାରତ ବିପକ୍ଷ ମ୍ୟାଚରେ ଏକ ସେଭ୍ ଗାଜା ଏବଂ ଫ୍ରି ଫିଲିଷ୍ଟିନ ଲେଖାଥିବା ଏକ ରିଷ୍ଟ ବ୍ୟାଣ୍ଡ ପିନ୍ଧିଥିଲେ । ତେବେ ଆଇସିସି ତାଙ୍କୁ ତାଗିଦ କରିଥିଲା । ଏଭଳି ଆଗକୁ ପିନ୍ଧିଲେ ମ୍ୟାଚରୁ ବ୍ୟାନ କରିବା ଭଳି ଚେତାବନି ଦେବା ପରେ ସେ ରିଷ୍ଟ ବ୍ୟାଣ୍ଡ କାଢ଼ିବା ପାଇଁ ବାଧ୍ୟ ହୋଇଥିଲେ । ଅନ୍ୟପଟେ ରିଜଓ୍ବାନ ଆଉ ଏକ ପୋଷ୍ଟରେ ହାଇଦ୍ରାବାଦବାସୀଙ୍କ ଆତିଥ୍ୟକୁ ପ୍ରଂଶସା କରିଥିବା ଦେଖିବାକୁ ମିଳିଛି ।